ରାଜନୈତିକ ଆକ୍ରୋଶରୁ ଯୁବକଙ୍କୁ ଭୁଜାଲିରେ ଆକ୍ରମଣ

ଭଦ୍ରକ : ରାଜନୈତିକ ଆକ୍ରୋଶରୁ ଯୁବକଙ୍କୁ ଭୁଜାଲି ଓ ଲୁହା ରଡରେ ଆକ୍ରମଣ। ଏହି ଘଟଣା ବାସୁଦେବପୁର ଥାନା ଅନ୍ତର୍ଗତ ଶରତରପୁର ଗାଁରେ ଘଟିଛି। ଆହତ ରତିକାନ୍ତ ଦଳାଇ ଓରଫ ଲିଙ୍କୁନୁଙ୍କ ଅବସ୍ଥା ଗୁରୁତର ଥିବାରୁ କଟକର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି। ଗୋଡ, ହାତ ଓ ଛାତିରେ ଗଭୀର ଆଘାତ ଲାଗିଛି।

ଖବର ଅନୁଯାୟୀ ଲିଙ୍କୁନ ଗତ ରାତିରେ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ। ପଦ୍ମପୁର ବଜାରର ଅନତି ଦୂର ସୁଇସ ଗେଟ ନିକଟରେ କିଛି ବ୍ୟକ୍ତି ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଲିଙ୍କୁନ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବାସୁଦେବ ପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତାଙ୍କ ପରିବାର ପକ୍ଷରୁ ସୁଜିତ କୁମାର ଦାସଙ୍କ ସମେତ ୧୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ନାମରେ ଥାନାରେ ଅଭିଯୋଗ କରାଯାଇଥିବା ବେଳେ ସୁଜିତ ମଧ୍ୟ ଲିଙ୍କୁନଙ୍କ ସମେତ ୧୨ଜଣଙ୍କ ନାଁରେ ଅଭିଯୋଗ କରିଛି। ବାସୁଦେବପୁର ଥାନା ପୋଲିସ ୨ଟି ମାମଲା କରି ଘଟଣାର ତଦନ୍ତ କରୁଛି। କାହାକୁ ଗିରଫ କିମ୍ବା ଅଟକ ରଖାଯାଇନାହିଁ।

Leave a Reply

Your email address will not be published. Required fields are marked *

Back to top button