Thu. May 23rd, 2019
248 views

ହିମାଳୟରେ ବିଶାଳକାୟ ପଦ ଚହ୍ନ : ହିମମାନବ ୟେତି ବଞ୍ଚିଥିବା ଆଶଙ୍କା !

ସେୟାର କରନ୍ତୁ:-

ନୂଆଦିଲ୍ଲୀ : ଡିୟୁଟି ସମୟରେ ଭାରତୀୟ ସେନା ହିମାଳୟର ବରଫ ଉପରେ କିଛି ଏଭଳି ଚିହ୍ନ ଦେଖିଥିଲେ ଯାହା ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ବରଫ ଉପରେ ବିଶାଳକାୟ ପଦ ଚିହ୍ନ ଦେଖି ଏହାର ଫଟୋ ସେ ନିଜର ଟୁଇଟ୍‌ର ଆକାଉଣ୍ଟରେ ସେୟାର କରିଥିବା ବେଳେ ଏବେ ତାହା ଭାଇରାଲ ହେବାରେ ଲାଗିଛି । ଏହି ଫଟୋ ସେୟାର କରି ହିମମାନବ ‘ୟେତି’ ଜୀବିତ ଥିବା ନେଇ ଆଶଙ୍କା କରିବା ସହ ଏଭଳି ଚିହ୍ନ ମକାଲୁ ବେସ୍‌କ୍ୟାମ୍ପ ପାଖରେ ଦେଖା ଯାଇଥିଲା ବୋଲି ସେ ଜଣାଇଛନ୍ତି । ସେୟାର କରାଯାଇଥିବା ଫଟୋରେ ବରଫ ଉପରେ ବଡ଼ ବଡ଼ ପଦ ଚିହ୍ନ ପଡ଼ିଥିବା ଦେଖା ଯାଉଛି । ଫଟୋ ଦେଖି ଏହା ହିମମାନବ ୟେତିର ହୋଇପାରେ ସନ୍ଦେହ କରାଯାଉଛି । ଏପ୍ରିଲ ୯ରେ ଏଭଳି ଚିହ୍ନ ଦେଖା ଯାଇଥିବା ବେଳେ ପଦ ଚିହ୍ନଟି କାହାର, ସେ ନେଇ କୌଣସି ସ୍ପଷ୍ଟିକରଣ ମିଳି ପାରି ନାହିଁ ।

ସେୟାର କରନ୍ତୁ:-

Leave a Reply

Your email address will not be published. Required fields are marked *