ଅତରରୁ ହୋଇପାରେ କର୍କଟ ରୋଗ

ଅତର ବ୍ୟବହାର କର୍କଟ ଓ ଅନ୍ୟ ରୋଗର କାରଣ ହୋଇପାରେ। ଏହିପରି ପ୍ରସାଧନ ସାମଗ୍ରୀରେ ଅନେକ ରାସାୟନିକ ପଦାର୍ଥ ରହିଛି। ସେଥିମଧ୍ୟରୁ ଗୋଟିଏ ହେଉଛି ପାରାବେନ୍। ଏନ୍‌ସିବିଆଇର ଏକ ଗଷେବଣା ଅନୁଯାୟୀ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ପାରାବେନ୍ ବିପଜ୍ଜନକ। ଏହା ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି କରିପାରେ।

ରିପୋର୍ଟ ଅନୁଯାୟୀ ପାରାବେନ୍ ଏପରି ଏକ ଦୂଷିତ ପଦାର୍ଥ ଯାହା ଷ୍ଟେରଏଡ୍ ହରମୋନ୍ ନଷ୍ଟ କରିପାରେ। ଏହି ହରମୋନର ପରିବର୍ତ୍ତନ ପୁରୁଷଙ୍କ ପ୍ରଜନନ ବ୍ୟବସ୍ଥା ଓ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ। ଅତରରେ ଥିବା ରାସାୟନିକ ପଦାର୍ଥ ସ୍ତନ କର୍କଟ ଓ ଥାଇରଏଡ କ୍ୟାନସରର ମୁଖ୍ୟ କାରଣ ବୋଲି ଜଣାପଡିଛି।

କେବଳ ସେତିକି ନୁହେଁ ଏହି ଉତ୍ପାଦଗୁଡିକ ପ୍ରୟୋଗ ପରେ ଅତି ଶୀଘ୍ର ଚର୍ମରେ ପ୍ରବେଶ କରେ। ଯେଉଁ କାରଣରୁ ରାସାୟନିକ ପଦାର୍ଥ ଚର୍ମର ପ୍ରତିରକ୍ଷା ସ୍ତରକୁ କ୍ଷତି ପହଞ୍ଚାଏ ଓ ଚର୍ମ ଆଲର୍ଜି ହୋଇଥାଏ। ଏହାଛଡା ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା ଓ ଭର୍ଟିଗୋ ଭଳି ସମସ୍ୟାର କାରଣ ମଧ୍ୟ ଅତର ହୋଇପାରେ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button