ଇସ୍ରାଏଲକୁ ଭରତୀୟ କମ୍ପାନୀର ଧମକ : ଯୁଦ୍ଧ ବନ୍ଦ ନକଲେ ୟୁନିଫର୍ମ ଅର୍ଡର ଗ୍ରହଣ କରିବୁନି

ନୂଆଦିଲ୍ଲୀ : ଇସ୍ରାଏଲ୍-ହମାସ ଯୁଦ୍ଧ ବନ୍ଦ ନହେବା ପର୍ଯ୍ୟନ୍ତ ଇସ୍ରାଏଲ ପୋଲିସର କୌଣସି ନୂତନ ଅର୍ଡର ଗ୍ରହଣ କରିବ ନାହିଁ। ୟୁନିଫର୍ମ ତିଆରି କରୁଥିବା କେରଳର ଏକ କମ୍ପାନୀ ଏହି ଘୋଷଣା କରିଛି।

ଖବର ଅନୁଯାୟୀ କେରଳର କନ୍ନୁରରେ ଥିବା ମାରିୟାନ୍ ଆପ୍ରେଲ୍ ପ୍ରାଇଭେଟ ଲିମିଟେଡ୍ ଇସ୍ରାଏଲ ପୋଲିସର ୟୁନିଫର୍ମ ତିଆରି କରୁଛି। ପାଲେଷ୍ଟାଇନ ଡାକ୍ତରଖାନା ଉପରେ ହୋଇଥିବା ଆକ୍ରମଣ ପାଇଁ କମ୍ପାନୀ ଏହି ନିଷ୍ପତ୍ତି ନେଇଛି। କମ୍ପାନୀର ଅଧ୍ୟକ୍ଷ ଥୋମାସ ଓଲିକାଲ କହିଛନ୍ତି ଯେପର୍ଯ୍ୟନ୍ତ ଇସ୍ରାଏଲ ଗାଜାରେ ଯୁଦ୍ଧ ବନ୍ଦ କରିବ ନାହିଁ ସେପର୍ଯ୍ୟନ୍ତ ଇସ୍ରାଏଲ ପୋଲିସର କୌଣସି ନୂତନ ଅର୍ଡର ଗ୍ରହଣ କରାଯିବ ନାହିଁ। ସେ କହିଛନ୍ତି କହିଛନ୍ତି ହାମାସ ଓ ଇସ୍ରାଏଲ ମଧ୍ୟରେ ହୋଇଥିବା ଯୁଦ୍ଧରେ ନିରୀହ ଲୋକଙ୍କୁ ଯେପରି ହତ୍ୟା କରାଯାଉଛି ତାହା ଗ୍ରହଣୀୟ ନୁହେଁ। ହାମାସ୍ ଯାହା କରିଛି ତାହା ଯଦିଓ ଠିକ ହୋଇନାହିଁ କିନ୍ତୁ ଇସ୍ରାଏଲ ପ୍ରତିଶୋଧ ନେବାକୁ ଯାହା କରୁଛି ତାହା ମଧ୍ୟ ଠିକ ନୁହେଁ। ସୂଚନାଯୋଗ୍ୟ ୨୦୧୫ରୁ ଏହି କମ୍ପାନୀ ଇସ୍ରାଏଲ୍ ପୋଳିସ୍ ପାଇଁ ୟୁନିଫର୍ମ ପ୍ରସ୍ତୁତ କରୁଛି।

Leave a Reply

Your email address will not be published. Required fields are marked *

Back to top button