ଗୁଡଭେଲା ବ୍ଲକ୍‌ ଅଧ୍ୟକ୍ଷାଙ୍କ ସ୍ୱାମୀ ଗିରଫ

ସୋନପୁର : ଗୁଡଭେଲା ବ୍ଲକ୍‌ ଅଧ୍ୟକ୍ଷାଙ୍କ ସ୍ୱାମୀ ଅଶୋକ ଦୋରାଙ୍କୁ ପୋଲିସ ଗିରଫ କରିଛି। ମିଶନ ଶକ୍ତିର ବ୍ଲକ୍‌ ପ୍ରକଳ୍ପ ସଂଯୋଜକ ନିର୍ମଳ ପଧାନଙ୍କ ଅଭିଯୋଗ କ୍ରମେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି।

ଖବର ଅନୁଯାୟୀ ଗତ ୧୦ ତାରିଖ ସନ୍ଧ୍ୟାରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଅଶୋକ ଦୋରା ସମର୍ଥକଙ୍କ ସହ ଗୁଡଭେଲା ବ୍ଲକ୍‌ ଅଫିସରେ ପଶିଥିଲେ। ସେଠାରେ ମିଶନ ଶକ୍ତିର ବ୍ଲକ୍‌ ପ୍ରକଳ୍ପ ସଂଯୋଜକ ନିର୍ମଳ ପଧାନଙ୍କ ସହିତ ସେ ଯୁକ୍ତିତର୍କ କରିଥିବା ବେଳେ ସମର୍ଥକମାନେ ମାଡ ମାରିଥିବା ଅଭିଯୋଗ ହୋଇଥିଲା।

ମିଶନ ଶକ୍ତିର ବ୍ଲକ୍‌ ପ୍ରକଳ୍ପ ସଂଯୋଜକ ନିର୍ମଳ ପଧାନ ଏନେଇ ତୁଷୁରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁକରି ଅଶୋକଙ୍କ ୫ ସମର୍ଥକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ହେଲେ ଅଶୋକ ଦୋରା ଫେରାର ହୋଇଯାଇଥିଲେ। ଆଜି ତୁଷୁରା ଥାନା ପୋଲିସ୍‌ ତାଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ ଅଶୋକ ଦୋରାଙ୍କ ସ୍ତ୍ରୀ ବେବି ଦୋରା ଗୁଡଭେଲା ବ୍ଲକର ଅଧ୍ୟକ୍ଷା ଅଛନ୍ତି।

Leave a Reply

Your email address will not be published. Required fields are marked *

Back to top button