୬ଟି ରାଶି ଉପରେ ପ୍ରସନ୍ନ ହେଲେ ଶନିଦେବ

ଶନିଦେବଙ୍କୁ କୁହାଯାଏ ନ୍ୟାୟର ଦେବତା। ବ୍ୟକ୍ତିର କର୍ମ ଅନୁଯାୟୀ ସେ ଫଳ ଦେଇଥାନ୍ତି। ଶନିଙ୍କ କୃପା ରହିଲେ ସମସ୍ତ ପ୍ରକାର ସମସ୍ୟା ଦୂର ହୋଇଥାଏ। ତେବେ ଶନିବାର ଅର୍ଥାତ ଅକ୍ଟୋବର ୨୧ ତାରିଖ ଠାରୁ ଏହି ରାଶି ଗୁଡିକ ଉପରେ ଶନିଦେବଙ୍କ କୃପାଦୃଷ୍ଟି ପଡିଥିବାରୁ ସେମାନେ ଲାଭବାନ ହେବେ।

ମେଷ – ସୁଖ ସମୃଦ୍ଧି ପ୍ରାପ୍ତି ସହିତ ବେପାର ବଣିଜରେ ଲାଭ ମିଳିବ। ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। ଶନିଦେବଙ୍କୁ ସ୍ମରଣ କରନ୍ତୁ ସବୁ ସମସ୍ୟା ଦୂର ହେବ।

କନ୍ୟା – ପରିବାର ପାଇଁ କିଛି ଭଲ ଜିନିଷ କିଣି ପାରନ୍ତି। ଅର୍ଥ ଖର୍ଚ୍ଚ ସମୟରେ ନିଜକୁ ନିୟନ୍ତ୍ରଣରେ ରଖନ୍ତୁ। ଏହି ସମୟରେ ଜୀବନସାଥୀଙ୍କ ସହିତ ବିତାଇଥିବା ସମୟ ଆପଣଙ୍କ ପାଇଁ ସ୍ମୃତି ହୋଇ ରହିବ।

ମକର – ଶନିଦେବଙ୍କ ଆଶୀର୍ବାଦରୁ ପଦୋନ୍ନତିର ଯୋଗ ରହିଛି। ବ୍ୟବସାୟ ବିସ୍ତାର ହେବ।ପାରିବାରିକ ସମସ୍ୟା ଶେଷ ହେବାକୁ ଯାଉଥିବା ବେଳେ ଖୁବ୍ ଶୀଘ୍ର କୌଣସି ଖୁସି ଖବର ପାଇବେ।

ତୁଳା – ବେପାର ବଣିଜ କ୍ଷେତ୍ରରେ ଲାଭବାନ ହେବାର ଯୋଗ ରହିଛି। ସଫଳତାର ମାର୍ଗ ପ୍ରାପ୍ତ ହେବ। ସମ୍ପତ୍ତି ସମସ୍ୟାର ସମାଧାନ ଘଟିବା ସହିତ କାର୍ଯ୍ୟ କ୍ଷେତ୍ରରେ ସମ୍ମାନିତ ହୋଇପାରନ୍ତି।

ବିଛା – ନିଜ ଉପରକୁ ଆସୁଥିବା ବିପଦ ଦୂରେଇ ଯିବ। ଜୀବନରେ ଆସିବ ଅନେକ ପରିବର୍ତ୍ତନ। ନିଜକୁ ଭଲ ମଣିଷ ବୋଲି ପ୍ରମାଣିତ କରିବେ। ଅନ୍ୟମାନଙ୍କ ପାଇଁ ଯେତେ ଭଲ କରିବେ ତାହାର ତାହାର ଶ୍ରେୟ ଆପଣଙ୍କୁ ମିଳିବ ।

କୁମ୍ଭ – ଏହି ରାଶିର ଭାଗ୍ୟ ଚମକିବାକୁ ଯାଉଛି। ଅଚାନକ କୌଣସି ଦିଗରୁ ଧନ ପ୍ରାପ୍ତି ହେବାର ଯୋଗ ରହିଛି। ସମାଜରେ ମାନ ସମ୍ମାନ ବୃଦ୍ଧି ହେବ। କଠିନ କାମ ସହଜରେ କରି ପାରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

Leave a Reply

Your email address will not be published. Required fields are marked *

Back to top button