ବର୍ଷାଙ୍କ ଅଭିନୀତ ‘ବସ୍’କୁ ସେନ୍ସର ସାର୍ଟିଫିକେଟ୍

ଭୁବନେଶ୍ଵର : ସିନେ ପ୍ରଯୋଜକ ରମେଶ ବାରିକଙ୍କ ପ୍ରଯୋଜନା ଓ ତ୍ରିପତି ସାହୁଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ବସ୍’କୁ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ ‘ୟୁ’ ସାର୍ଟିଫିକେଟ୍ ପ୍ରଦାନ କରିଛି। ଖୁବ ଶୀଘ୍ର ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

ଖବର ଅନୁଯାୟୀ ‘ବସ୍’ ନାରୀ ସଶକ୍ତିକରଣ ଉପରେ ଆଧାରିତ ଏକ ସିନେମା। ଏହି ସିନେମାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଅଭିନୟ କରିବା ସହ କାହାଣୀ, ଚିତ୍ରନାଟ୍ୟ ଓ କ୍ରିଏଟିଭ୍ ହେଡ୍ ର ଦାୟିତ୍ଵ ତୁଲାଇଛନ୍ତି। ବର୍ଷା ପ୍ରିୟଦର୍ଶିନୀଙ୍କ ବିପକ୍ଷରେ ନାୟକ ଭୂମିକାରେ ନଜର ଆସିବେ ନାୟକ ରାଜ୍ ରାଜେଶ। ଏହାଛଡ଼ା ହରି ଓ ଅରବିନ୍ଦ ପ୍ରମୁଖଙ୍କୁ ମଧ୍ୟ ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଅଭିଜିତ ମଜୁମଦାର ବସ୍’ ଚଳଚ୍ଚିତ୍ରର ସଂଗୀତ ନିର୍ଦ୍ଦେଶକ।

Leave a Reply

Your email address will not be published. Required fields are marked *

Back to top button