ପୂଜା ମଣ୍ଡପରେ ୪ ଜଣ ମହିଳାଙ୍କ ସୁନା ଚେନ୍

ଭୁବନେଶ୍ଵର : ଆଜି ମା’ଙ୍କ ଅଷ୍ଟମୀ ପୂଜା ପାଇଁ ଭୁବନେଶ୍ୱରର ବମିଖାଲ ମଣ୍ଡପକୁ ଯାଇଥିବା ୪ ଜଣ ମହିଳା ଶ୍ରଦ୍ଧାଳୁଙ୍କ ସୁନା ଚେନ୍ ଲୁଟ୍ ହୋଇଛି। ମହିଳା ଲୁଟେରା ଗ୍ୟାଙ୍ଗ ଏହି କାଣ୍ଡ କରିଥିବା ସନ୍ଦେହ କରାଯାଉଛି।

ଘଟଣା ସଂପର୍କରେ ପୋଲିସକୁ ଜଣାଇବା ପରେ ତଦନ୍ତ ଆରମ୍ଭ ହୋଇଥିବା ବେଳେ ପୂଜା ମଣ୍ଡପରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରାଯାଉଛି। ମହିଳା ପୋଲିସ୍‌ଙ୍କ ଅନୁପସ୍ଥିତି ଯୋଗୁ ଏହି ଘଟଣା ଘଟିଥିବା ବମିଖାଲ ପୂଜା କମିଟି ସମ୍ପାଦକ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button