ଠିକାଦାରଙ୍କୁ ହତ୍ୟା : ଦୁଇ ଅଭିଯୁକ୍ତ କନେଷ୍ଟବଳଙ୍କ ଥାନାରେ ଆତ୍ମସମର୍ପଣ

ଗୁଣପୁର : ଗୁଣପୁର ସହରରେ ଜଘନ୍ୟ ହତ୍ୟାକାଣ୍ଡ। ପାରଳାଖେମୁଣ୍ଡି କଟିକା ସାହିର ଠିକାଦାର ଅଶୋକ କୁମାର ବରାଡ଼ଙ୍କ ଶବକୁ ଉପଖଣ୍ଡ ଡାକ୍ତରଖାନାରେ ଠାବ କରାଯାଇଛି। ତାଙ୍କ ବାପାଙ୍କୁ ହତ୍ୟା କରାଯାଇଥିବା ପୁଅ ଲୋକେଶ ଥାନାରେ ଅଭିଯୋଗ କରିଛନ୍ତି।

ଖବର ଅନୁଯାୟୀ ଗତକାଲି ସନ୍ଧ୍ୟାରେ ଠିକାଦାର ଅଶୋକ ପୁଅ ପାଖକୁ ଫୋନ ଆସିଥିଲା ୩୫ ହଜାର ଟଙ୍କା କରଜ ନେଇଥିବାରୁ ତାଙ୍କ ବାପାଙ୍କୁ ବନ୍ଧକ ରଖାଯାଇଛି। ତେଣୁ ଟଙ୍କା ଧରି ତୁରନ୍ତ କାଶୀନଗର ଆସ। ଲକେଶ ଟଙ୍କା ଧରି କାଶୀନଗରରେ ପହଞ୍ଚି ବନ୍ଧକ ରଖିଥିବା ବ୍ୟକ୍ତିଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ତୁମ ବାପା ଗୁଣପୁରରେ ଅଛନ୍ତି। ଗୁଣପୁରରେ ପହଞ୍ଚି ଫୋନ କରିବାରୁ ସେ ଡାକ୍ତରଖାନାକୁ ଯିବାକୁ କହିଥିଲେ। ଡାକ୍ତରଖାନାକୁ ଯାଇ ଲୋକେଶ ଜାଣିଲେ ବାପାଙ୍କର ମୃତ୍ୟୁ ହୋଇଯାଇଛି।

Leave a Reply

Your email address will not be published. Required fields are marked *

Back to top button