ଏସ୍‌ଆଇ ଓ କନଷ୍ଟେବଲଙ୍କୁ ହାଣିଲେ ଅବସରପ୍ରାପ୍ତ ଯବାନ

କଟକ : ବାଙ୍କୀର ହରିରାଜପୁରର ଅବସରପ୍ରାପ୍ତ ଯବାନ ସରୋଜ ଦାସଙ୍କ କାତି ଚୋଟରେ ବାଙ୍କୀ ଥାନାର ଏସ୍‌ଆଇ ସମ୍ବିତ ସ୍ୱାଇଁ ଓ କନଷ୍ଟେବଲ ଉତ୍ତମ କର ଆହତ ହୋଇଛନ୍ତି।

ଖବର ଅନୁଯାୟୀ ଆଜି ସକାଳେ ସରୋଜ କାତିଧରି ଆଦିମାତା ଛକରେ ଆତଙ୍କ ସୃଷ୍ଟି କରିଥିଲା। ତାଙ୍କୁ କାବୁ କରିବାକୁ ଯାଇଥିବା ଏସ୍‌ଆଇ ସମ୍ବିତ ସ୍ୱାଇଁ ଓ କନଷ୍ଟେବଲ ଉତ୍ତମ କରକୁ ସରୋଜ ଖଣ୍ଡାରେ ଆକ୍ରମଣ କରିଥିଲା। ଉଭୟଙ୍କୁ ପ୍ରଥମେ ବାଙ୍କୀ ହସ୍‌ପିଟାଲ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସୂଚନାଯୋଗ୍ୟ ଗତ ମାସରେ ସରୋଜ ରାସ୍ତାରେ ଖଣ୍ଡା ଓ ହାତୁଡ଼ି ଧରି ବୁଲିଥିଲେ। ତାଙ୍କୁ କାବୁ କରିବାକୁ ଯାଇ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା।

Leave a Reply

Your email address will not be published. Required fields are marked *

Back to top button