ନିର୍ବାଚନ ଲଢିବା ନେଇ ନିଷ୍ପତ୍ତି ଠିକ୍‌ ସମୟରେ ନେବି : ଦିଲ୍ଲୀପ ରାୟ

ରାଉରକେଲା : ଦୁର୍ଗାପୂଜାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଏବେ ଚର୍ଚ୍ଚାରେ ରହିଛି। ୨୦୨୪ ନିର୍ବାଚନ ଆଉ କିଛିମାସ ବାକିଥିବା କୁହାଯାଉଛି ସେ ଏଥର ରାଉରକେଲାରୁ ନିର୍ବାଚନ ଲଢିବେ। କିନ୍ତୁ ଦିଲୀପ କହିଛନ୍ତି ପ୍ରାର୍ଥୀ ହେବେ କି ନାହିଁ ଠିକ୍‌ ସମୟରେ ନିଷ୍ପତ୍ତି ‌ନେବେ।

ଖବର ଅନୁଯାୟୀ ଦିଲ୍ଲୀପ ରାୟ ପୂଜା ଅବସରରେ ରାଉର‌କେଲା ସହର, ଫର୍ଟିଲାଇଜର, ବିଶ୍ରା ଓ ବନ୍ଧମୁଣ୍ଡାରେ ୫୦ରୁ ଅଧିକ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ନିଜର ସମର୍ଥକଙ୍କ ଗହଣରେ କୋଏଲନଗର, ସିଭିଲଟାଉନସିପ୍‌, ବିଭିନ୍ନ ସେକ୍ଟର, ବାସନ୍ତୀକଲୋନି, ଛେଣ୍ଡ କଲୋନିର ପ୍ରାୟ ସମସ୍ତ ଦୁର୍ଗାପୂଜା ମଣ୍ଡପ ବୁଲିଛନ୍ତି। ଏଥିସହ ନିକଟରେ ମୃତ୍ୟୁବରଣ କରିଥିବା ରାଜନୈତିକ ଦଳର ନେତା, କର୍ମୀ ଓ ଅନ୍ୟ ଲୋକଙ୍କ ଘରକୁ ଯାଇ ସେମାନଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି।

ସେହିପରି ବିଶ୍ରା ବ୍ଲକରେ ଆୟୋଜିତ ଫୁଟ୍‌ବଲ୍‌ ମ୍ୟାଚ୍‌ର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ପରେ ରାଉରକେଲା ମାଇନିଂ ଏରିଆ ଟ୍ରକ ଆଣ୍ଡ ଟିପ୍ପର ଆସୋସିଏସନ୍‌ (ଆର୍‌ଏମ୍‌ଟିଟିଓଏ) କାର୍ଯ୍ୟାଳୟରେ କର୍ମକର୍ତ୍ତାଙ୍କ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ। ସେ କହିଥିଲେ ଆର୍‌ଏମ୍‌ଟିଟିଓଏର ୫୦୦ରୁ ଅଧିକ ସଦସ୍ୟ ଥିବାବେଳେ ଅନ୍ୟ ସଂଘର ମାତ୍ର ୨୭ ଜଣ ଅଛନ୍ତି। ରାଜନୀତି କରି ସଂଘକୁ ଦୁଇଭାଗ କରିବା ଆଦୌ ଠିକ୍‌ ନୁହେଁ। ସମସ୍ତଙ୍କର କ୍ଷତି ହେବ। ତେଣୁ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ଦରକାର।

Leave a Reply

Your email address will not be published. Required fields are marked *

Back to top button