ଦକ୍ଷିଣ ଲେବାନନରୁ ୨୦ଟି ହିଜବୁଲ୍ଲା ସେଲ୍‌କୁ ସଫାକଲା ଇସ୍ରାଏଲ ସେନା

ତେଲ ଅଭିଭ : ଇସ୍ରାଏଲ-ହାମାସ ଯୁଦ୍ଧ ଆରମ୍ଭ ପରଠାରୁ ଦକ୍ଷିଣ ଲେବାନନରେ ସକ୍ରିୟ ୨୦ଟି ହିଜବୁଲ୍ଲା ସେଲ୍‌କୁ ନିପାତ କରିବାକୁ ସେନା ଆକ୍ରମଣ ଜାରି ରଖିଛି। ସେହିପରି ଯୁଦ୍ଧ ପରଠାରୁ ହିଜବୁଲ୍ଲା ଆତଙ୍କବାଦୀ ସଂଗଠନ ଉତ୍ତର ଇସ୍ରାଏଲର ଆଇଡିଏଫ୍‌ ପୋଷ୍ଟ ଓ ସହରଗୁଡ଼ିକ ଉପରେ ଲେବାନନରୁ ଦୈନିକ କ୍ଷେପଣାସ୍ତ୍ର ଆକ୍ରମଣ କରୁଛି। ଏହା କହିଛନ୍ତି ଇସ୍ରାଏଲ ପ୍ରତିରକ୍ଷା ବାହିନୀର ମୁଖପାତ୍ର ରିଅର୍‌ ଆଡମିରାଲ ଡାନିଏଲ ହାଗାରି।

ଡାନିଏଲ ହାଗାରିଙ୍କ ସୂଚନା ହେଲା ଏପର୍ଯ୍ୟନ୍ତ ୨୨୨ ଜଣ ବନ୍ଧକଙ୍କ ପରିବାରଙ୍କ ସହିତ ଯୋଗାଯୋଗ କରାଯାଇଛି। ସେମାନଙ୍କ ପ୍ରିୟଜନମାନଙ୍କୁ ଗାଜା ଷ୍ଟ୍ରିପ୍‌ରେ ରଖାଯାଇଛି। ଏ ମଧ୍ୟରେ ରହିଛନ୍ତି ବିଦେଶୀ ନାଗରିକ। କିନ୍ତୁ ସେମାନଙ୍କୁ ଚିହ୍ନଟ କରି ପରିବାରକୁ ଅବଗତ କରିବାକୁ ସମୟ ଲାଗବ। ଆମେ ବନ୍ଦୀମାନଙ୍କୁ ମୁକ୍ତ କରି ସେମାନଙ୍କୁ ଘରକୁ ଆଣିବା ପାଇଁ ସମସ୍ତ ଉପାୟରେ କାର୍ଯ୍ୟ କରୁଛୁ। ହେଲେ ଗାଜାରେ ପ୍ରବେଶ କଲେ ଇସ୍ରାଏଲ ସୈନିକଙ୍କୁ ହତ୍ୟା କରିବାକୁ ହମାସ ଧମକ ଦେଇଛି। ଏହାସତ୍ତ୍ଵେ ଇସ୍ରାଏଲ ସେନା ଦକ୍ଷିଣ ଲେବାନନରୁ ୨୦ଟି ହିଜବୁଲ୍ଲା ସେଲ୍‌କୁ ସଫା କରିଥିବା ସେ କହିଛନ୍ତି।

ସେହିପରି ଆଇଡିଏଫ ମୁଖପାତ୍ର ଜୋନାଥନ କନରିକସ୍‌ ରବିବାର କହିଥିଲେ ହିଜବୁଲ୍ଲା ଏକ ବିପଜ୍ଜନକ ଖେଳ ଖେଳି ପରିସ୍ଥିତିକୁ ଗମ୍ଭୀର କରୁଛି। ହିଜବୁଲ୍ଲା ଲେବାନନକୁ ଯୁଦ୍ଧକୁ ଭିତରକୁ ଟାଣି ନେଉଛି।

Leave a Reply

Your email address will not be published. Required fields are marked *

Back to top button