ପ୍ରେମିକାଙ୍କୁ ମୁଦି ପିନ୍ଧାଇ ଚୁମ୍ବନ ଦେଲେ ଅରମାନ

ମୁମ୍ବାଇ : ବଲିଉଡର ଲୋକପ୍ରିୟ ଗାୟକ ଅରମାନ ମଲିକ ନିଜର ସ୍ୱର ପାଇଁ ସମସ୍ତଙ୍କ ପରିଚିତ। ଅନେକ ଯୁବତୀଙ୍କ ହୃଦୟରେ ସେ ରାଜ କରୁଥିବା ବେଳେ ଅରମାନଙ୍କ ମନର ନାୟିକା ଫ୍ୟାଶନ ଇନଫ୍ଲୁଏନସର ଆଶନା ଶ୍ରଫ ବୋଲି ଜଣାପଡ଼ିଥିଲା। ଏବେ ଆଶନା ଶ୍ରଫଙ୍କ ସହିତ ଅରମାନଙ୍କ ନିର୍ବନ୍ଧର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଶନାଙ୍କ ଓଠରେ ଅରମାନ ଚୁମ୍ବନ ଦେଉଥିବା ଦେଖିବାକୁ ମିଳିଛି।

ଖବର ଅନୁଯାୟୀ ଅଗଷ୍ଟ ମାସରେ ଅରମାନ ଆଶନାଙ୍କୁ ମୁଦି ପିନ୍ଧାଇ ବିବାହ ପ୍ରସ୍ତାବ ଦେଇଥିଲେ। ଆଶନା ହଁ କରିବା ପରେ ଏବେ ପରିବାର ଓ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଦୁହିଁଙ୍କର ନିର୍ବନ୍ଧ ହୋଇଛି। ଭାଇରାଲ ଭିଡିଓରେ ଉଭୟ ପରସ୍ପରକୁ ମୁଦି ପିନ୍ଧାଇବା ପରେ ଆଲିଙ୍ଗନ କରୁଛନ୍ତି। ପରେ ଆଶନାଙ୍କ ଓଠରେ ଚୁମ୍ବନ ଦେଉଛନ୍ତି ଅରମାନ।

Leave a Reply

Your email address will not be published. Required fields are marked *

Back to top button