ରାସ୍ତା କଡକୁ ଓଲଟିଲା ଯାତ୍ରୀବାହୀ ବସ୍‌ : ୧୦ରୁ ଅଧିକ ଆହତ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଆଜି ଅପରାହ୍ନରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ବାଇକ୍ ଚାଳକକୁ ବଞ୍ଚାଇବାକୁ ଯାଇ ରାସ୍ତା କଡକୁ ଯାତ୍ରୀବାହୀ ବସ୍‌ ଓଲଟି ପଡିଥିବା ଜଣାପଡିଛି।

ଖବର ଅନୁଯାୟୀ ଘରୋଇ ବସଟି ୩୫ରୁ ଅଧିକ ଯାତ୍ରୀଙ୍କୁ ନେଇ ଭବାନୀପାଟଣାରୁ ବାରବନ୍ଧା ଯାଉଥିଲା। କେସିଙ୍ଗା ଥାନା ଡୁମେରମୁଣ୍ଡା ଶିରୋଲ ବୁଲାଣି ରାସ୍ତା ନିକଟରେ ବସ୍‌ ସମ୍ମୁଖକୁ ଏକ ବାଇକ୍‌ ଆସିଯିବାରୁ ଡ୍ରାଇଭର କିଛି ଉପାୟ ନପାଇ ସଡନ୍‌ ବ୍ରେକ୍‌ ମାରିଥିଲେ। ଫଳରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡ଼ିବାରୁ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ।

ସ୍ଥାନୀୟ ଲୋକ ବସ୍‌ ଯାତ୍ରୀଙ୍କୁ ଉଦ୍ଧାର କରିବା ସହିତ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ସେମାନେ ଘଟଣା ସ୍ଥଳରେ ପହଞ୍ଚି ବସ୍‌ ଭିତରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ସହ ବାଇକ୍‌ ଚାଳକ ଓ ଆହତ ଯାତ୍ରୀଙ୍କୁ କେସିଙ୍ଗା ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ତେବେ ବାଇକ୍‌ ଚାଳକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭବନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button