ଗାଧୁଆ ଘରେ ୪ଟି ଜିନିଷ ରଖନ୍ତୁ ନାହିଁ

ସାଧାରଣତଃ ଗୃହ ନିର୍ମାଣ ବେଳେ ବାସ୍ତୁଶାସ୍ତ୍ର ଉପରେ ଗୁରୁତ୍ଵ ଦିଅନ୍ତି। କିନ୍ତୁ ବାଥରୁମ ପ୍ରତି ଧ୍ୟାନ ରହେନି। ହେଲେ ବାସ୍ତୁଶାସ୍ତ୍ର ଅନୁସାରେ ଘରର ଗାଧୁଆ ଘରେ ଏସବୁ ଜିନିଷ ରଖିବା ଅନୁଚିତ। କାରଣ ଏହାଦ୍ୱାରା ଜୀବନରେ ଦେଖାଦିଏ ଅନେକ ସମସ୍ୟା। ଘରକୁ ଆସେ ନକରାତ୍ମକ ଉର୍ଜା। ସବୁକାମ ଖରାପ ହୁଏ। ଆର୍ଥିକ ଅବସ୍ଥା ସଂପୂର୍ଣ୍ଣ ଦୁର୍ବଳ ହୋଇଯାଏ। ତେବେ ଆସନ୍ତୁ ସେ ସମ୍ପର୍କରେ ଜାଣିବା।

୧ – ଘରର ବାଥରୁମରେ ଭଙ୍ଗା ବାଲ୍ଟି ରଖନ୍ତୁ ନାହିଁ। ଭଙ୍ଗା ବାଲ୍ଟିରେ ପାଣି ଭର୍ତ୍ତିକରି ଗାଧୋଇଲେ ଭାଗ୍ୟ ଭାଙ୍ଗି ଯାଇଥାଏ। ନକରାତ୍ମକ ଉର୍ଜା ଘରକୁ ଆସିଯାଏ। ଏହାଛଡା ଗାଧୋଇ ସାରିବା ପରେ ଖାଲି ବାଲ୍ଟି ବାଥରୁମରେ ରଖିବା ଉଚିତ ନୁହେଁ।

୨ – ପ୍ରାୟ ଅନେକ ଲୋକଙ୍କର ଅଭ୍ୟାସ ଗାଢୁଆ ଘରକୁ ନୂଆ ସାବୁନ ଆଣି ରଖିବା ବେଳେ ପୁରୁଣା ସାବୁନ ଖଣ୍ଡକୁ ସେହିଠାରେ ରଖି ଦିଅନ୍ତି। କିନ୍ତୁ ଜାଣିବା ଉଚିତ ସାବୁନର ଛୋଟ ଛୋଟ ଖଣ୍ଡ ଘରକୁ ଦରିଦ୍ରତା ଆଣିଥାଏ। ଯେଉଁ ଘରେ ସାବୁନ ଖଣ୍ଡ ପଡି ରହିଥାଏ ସେଠାରେ ଧନ ରହେ ନାହିଁ। ତେଣୁ ସାବୁନ ସରିଆସିଲେ ଏହାର ଛୋଟ ଖଣ୍ଡକୁ ବାହାରକୁ ଫିଙ୍ଗି ଦିଅନ୍ତୁ।

୩ – ବାଥରୁମର କବାଟ ଭଙ୍ଗା ଥିଲେ ତୁରନ୍ତ ଏହାକୁ ସଜାଡ଼ି ଦିଅନ୍ତୁ। ସଫଳତାକୁ ଖରାପ କରିଦିଏ ଭଙ୍ଗା କବାଟ। ଏହାଦ୍ୱାରା ଜୀବନରେ ସମସ୍ୟା ବଢିଥାଏ।

୪ – ଦେଖାଯାଏ ଲୋକମାନେ ତରବରରେ ଗାଧୋଇ ସାରିବା ପରେ କିମ୍ବା ଲୁଗା ସଫା କରିସାରି ଓଦା ଲୁଗାକୁ ଗାଧୁଆ ଘରେ ଅଧିକ ସମୟ ପକାଇ ରଖିଥାନ୍ତି। ଏପରି କଲେ ଘରେ ସମସ୍ୟା ସୃଷ୍ଟି ହୁଏ। ତେଣୁ ସବୁବେଳେ ଓଦା ଲୁଗାକୁ ଶୁଖେଇବାକୁ ଚେଷ୍ଟା କରନ୍ତୁ।

Leave a Reply

Your email address will not be published. Required fields are marked *

Back to top button