ହମାସ୍‌ ଆକ୍ରମଣକୁ ସମର୍ଥନ କରିବାରୁ ଅଭିନେତ୍ରୀ ଗିରଫ

ମୁମ୍ବାଇ : ଇସ୍ରାଏଲ୍‌ରେ ହମାସ୍‌ର ଆକ୍ରମଣକୁ ସାମାଜିକ ଗଣମାଧ୍ୟମରେ ସମର୍ଥନ କରୁଥିବା ଆରବ-ଇସ୍ରାଏଲୀୟ ଅଭିନେତ୍ରୀ ମୈସା ଅବ୍‌ଦେଲ୍‌ ହାଦୀଙ୍କୁ ଗିରଫ କରାଯାଇଛି।

ଗଣମାଧ୍ୟମ ଖବର ଅନୁଯାୟୀ ପୋଲିସ ଓ ହାଦୀଙ୍କ ଓକିଲ କହିଛନ୍ତି ଉତ୍ତର ଇସ୍ରାଏଲୀୟ ନଗରୀ ନାଜାରେଥ୍‌ରେ ବାସ କରୁଥିବା ମୈସା ଅବ୍‌ଦେଲ୍‌ ହାଦୀଙ୍କୁ ସୋମବାର ଗିରଫ କରାଯାଇଛି। ଗୁରୁବାର ପର୍ଯ୍ୟନ୍ତ ତାଙ୍କୁ ହାଜତରେ ରଖାଯିବ। ଅକ୍ଟୋବର ୭ ହମାସ ଆକ୍ରମଣ ସମୟରେ ଗୋଟାଏ ‘ବୁଲ୍‌ଡୋଜର୍‌’ ଗାଜା ଷ୍ଟ୍ରିପ୍‌ ଓ ଇସ୍ରାଏଲ୍‌ ମଧ୍ୟରେ ଏକ ବାଡ଼ ଅତିକ୍ରମ କରୁଥିବା ଫଟୋ ହାଦୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ କରିଥିଲେ। ଇସ୍ରାଏଲ୍‌ କହୁଛି ସେଦିନର ଆକ୍ରମଣରେ ୧୪୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା।

ଉକ୍ତ ଫଟୋ ପୋଷ୍ଟ୍‌ କରି ହାଦୀ ଲେଖିଥିଲେ ‘ଚାଲନ୍ତୁ ବର୍ଲିନ୍‌ ଭଳି କରିବା’। ଅର୍ଥାତ୍‌ ୧୯୮୯ ପର୍ଯ୍ୟନ୍ତ ଜର୍ମାନିକୁ ଦୁଇଭାଗ କରି ରଖିଥିବା ବର୍ଲିନ୍‌ ପ୍ରାଚୀର ପତନ ଦୃଷ୍ଟାନ୍ତ ଦେଇ ସେ ଏକଥା ଲେଖିଥିଲେ। ମୌସାୱାତ୍‌ ମାନବ ଅଧିକାର ସଂଘର ନିର୍ଦେଶକ ଜାଫର୍‌ ଫାରା କହିଛନ୍ତି ତାଙ୍କ ନାଁରେ ଆତଙ୍କବାଦକୁ ସମର୍ଥନ କରୁଥିବା ଅଭିଯୋଗ ହୋଇଛି।

Leave a Reply

Your email address will not be published. Required fields are marked *

Back to top button