ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ପୁଅକୁ ଇଡିର ସମନ

ନୂଆଦିଲ୍ଲୀ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡିର ସମନ। ବୈଦେଶିକ ମୁଦ୍ରା ବିନିମୟ ପରିଚାଳନା ଆଇନ-୧୯୯୯ର ଏକ ମାମଲାରେ ତାଙ୍କୁ ପଚରାଉଚରା କରାଯିବ। ତେଣୁ ଆସନ୍ତାକାଲି ହାଜର ହେବାକୁ କୁହାଯାଇଛି।

ଖବର ଅନୁଯାୟୀ ମନି ଲଣ୍ଡରିଂ ମାମଲାରେ ମୁମ୍ବାଇର ଟ୍ରାଇଟନ୍‌ ହୋଟେଲ ନାମକ ଏକ ଫାର୍ମରେ ଇଡି ଚଢ଼ଉ କରିଥିଲା। ସେହି ସମୟରେ ବୈଦେଶିକ ମୁଦ୍ରା ବିନିମୟ ପରିଚାଳନା ଅଧିନିୟମ ୧୯୯୯ ଅଧୀନରେ ୨୯ରୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଜୟପୁର, ଉଦୟପୁର, ମୁମ୍ବାଇ ଓ ଦିଲ୍ଲୀର ବିଭିନ୍ନ ସ୍ଥାନରେ ହୋଇଥିଲା ଚଢ଼ଉ। ରିସୋର୍ଟସ୍ ପ୍ରାଇଭେଟ ଲିମିଟେଡ୍ କମ୍ପାନୀର ନିର୍ଦ୍ଦେଶକ ରତନ କାନ୍ତ ଶର୍ମା ହେଉଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ପୁଅ ବୈଭବଙ୍କ ବିଜ୍‌ନେସ୍‌ ପାର୍ଟନର୍‌। ଏହି ମାମଲାରେ ରତନ କାନ୍ତଙ୍କ ସମ୍ପୃକ୍ତି ରହିଛି।

ଅନ୍ୟପକ୍ଷରେ ଅଶୋକ ଗେହଲଟ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି ରାଜସ୍ଥାନ କଂଗ୍ରେସ ମୁଖ୍ୟ ଗୋବିନ୍ଦ ସିଂହ ଜୀଙ୍କ ଘରେ ଇଡି ରେଡ୍‌ କଲା। ମୋ ପୁଅ ବୈଭବଙ୍କୁ ଇଡିରେ ହାଜର ହେବାକୁ ଡକାଗଲା। ଏଥିରୁ ଆପଣମାନେ ବୁଝି ପାରୁଥିବେ ରାଜସ୍ଥାନରେ ଇଡିର କେଉଁ ଭଳି ଦାଦାଗିରି ଚାଲିଛି। କଂଗ୍ରେସ ଦ୍ୱାରା ଦିଆଯାଉଥିବା ଲାଭ ରାଜସ୍ଥାନରେ ମହିଳା, କୃଷକ ଓ ଗରିବ ପାଆନ୍ତୁ ବୋଲି ବିଜେପି ଚାହୁଁନି।

Leave a Reply

Your email address will not be published. Required fields are marked *

Back to top button