Wed. Nov 20th, 2019

କ୍ରସର ମ୍ୟାନେଜରଙ୍କୁ ଗୁଳି

ଭୁବନେଶ୍ଵର : କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ ସିଲପଣ୍ଡିରେ ଥିବା ଏକ ପଥର କ୍ରସରରେ ଗତକାଲି ଗୁଳିକାଣ୍ଡ ଘଟିଛି। କ୍ରସର୍ ମ୍ୟାନେଜର ପ୍ରସାଦ ରାଓ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ଗୋଡ଼ରେ ୫ଟି ଗୁଳି ବାଜିଥିବା ସୂଚନା ମିଳିଛି। ଗୁରୁତର ଆହତ ଅବସ୍ଥାରେ ରାଓଙ୍କୁ ପୋଲିସ ଓ କ୍ରସର କର୍ମଚାରୀମାନେ ଥାନୀୟ ଆଶା କିରଣ ହସ୍ପିଟାଲକୁ ନେଇଥଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *