ଏ ୩ଟି ମୂର୍ତ୍ତି ଘରେ ରହିଲେ ସମସ୍ୟା ଦୂର ହୁଏ

ବାସ୍ତୁଶାସ୍ତ୍ରରେ କୁହାଯାଇଛି କିଛି ଫଟୋ ବା ମୂର୍ତ୍ତି ଘରେ ରଖିଲେ ଅନେକ ସମସ୍ୟା ଦୂର ହୋଇ ଯାଇଥାଏ। ଘରର ଆର୍ଥିକ ସ୍ଥିତି ସୁଦୃଢ ସହିତ ପରିବାରରେ ସୁଖଶାନ୍ତି ବୃଦ୍ଧି ହୁଏ। ଆସନ୍ତୁ ଏ ସମ୍ପର୍କରେ ଜାଣିବା।

୧ – ଦେବୀ ଲକ୍ଷ୍ମୀଙ୍କ ଫଟୋ କିମ୍ବା ମୂର୍ତ୍ତି ଘରେ ରଖିଲେ ଲକ୍ଷ୍ମୀଙ୍କ ପାଖରେ ଧନର ଦେବତା କୁବେର ମହାରାଜାଙ୍କର ମୂର୍ତ୍ତି ରଖନ୍ତୁ। କୁବେର ଉତ୍ତର ଦିଗର ସ୍ଵାମୀ ହୋଇଥିବାରୁ ତାଙ୍କ ମୂର୍ତ୍ତିର ମୁହଁ ଉତ୍ତର ଦିଗ ଆଡକୁ ରହିବା ଆବଶ୍ୟକ। ଏ ଦୁଇଟି ମୂର୍ତ୍ତି ଘରେ ରହିଲେ ସମସ୍ତ ନକାରାତ୍ମକ ଶକ୍ତି ଦୂର ହୋଇଯିବ। ସବୁ କ୍ଷେତ୍ରରେ ହେବ ଉନ୍ନତି।

୨ – ଘରର ଦକ୍ଷିଣ-ପଶ୍ଚିମ ଦିଗରେ ପଞ୍ଚମୁଖୀ ହନୁମାନଙ୍କ ଫଟୋ ବା ମୂର୍ତ୍ତି ଲଗାଇବେଲେ ସମସ୍ତ ନକରାତ୍ମକ ଶକ୍ତି ଦୂର ହୋଇଯିବ। କିନ୍ତୁ ପ୍ରଭୁ ହନୁମାନଙ୍କ ମୁହଁ ଦକ୍ଷିଣ ଦିଗ ଆଡକୁ ରହିବା ଉଚିତ।ଏଭଳି କରିବା ଦ୍ଵାରା ଜୀବନରେ ସମସ୍ତ ସମସ୍ୟା ଦୂର ହେବ।

୩ – ଘରେ ନୃତ୍ୟ କରୁଥିବା ଗଣେଶଙ୍କ ଫଟୋ ବା ମୂର୍ତ୍ତି ରଖନ୍ତୁ। ହେଲେ ଧ୍ୟାନ ରଖିବେ ଗଣେଶଙ୍କ ମୁହଁ ମୁଖ୍ୟ ଦୁଆର ଆଡକୁ ରହିବା ଆବଶ୍ୟକ। ଏପରି କରିବା ଦ୍ଵାରା ଆପଣଙ୍କ ଜୀବନରେ ସମସ୍ତ ଆର୍ଥିକ ସମସ୍ୟା ଦୂର ହୋଇଯିବ। ଏହି ମୂର୍ତ୍ତିକୁ ବ୍ୟବସାୟ କ୍ଷେତ୍ରରେ ରଖିବା ମଧ୍ୟ ଲାଭଦାୟକ ହେବ। ଏହାବ୍ୟତୀତ ଚାକିରି କ୍ଷେତ୍ରରେ ଉନ୍ନତି ଓ ବୈବାହିକ ଜୀବନ ସୁଖମୟ ହେବ।

Leave a Reply

Your email address will not be published. Required fields are marked *

Back to top button