ଟିଏମସି ସାଂସଦଙ୍କୁ ୩୧ରେ ହାଜର ହେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ପ୍ରଶ୍ନ ପାଇଁ ଲାଞ୍ଚ। ଏହି ମାମଲାରେ ଫସିଥିବା ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ଅଡୁଆ ବଢୁଛି। ସଂସଦର ଏଥିକ୍ସ କମିଟି ଆସନ୍ତା ୩୧ ତାରିଖ ପୂର୍ବାହ୍ନ ୧୧ଟାରେ ହାଜର ପାଇଁ ତାଙ୍କୁ ସମନ ଜାରି କରିଛି।

ଖବର ଅନୁଯାୟୀ କମିଟି ଅଧ୍ୟକ୍ଷ ତଥା ବିଜେପି ସାଂସଦ ବିନୋଦ ସୋନକର କହିଛନ୍ତି ଆଜି ଦୁଇ ଜଣଙ୍କୁ ନିଶିକାନ୍ତ ଦୁବେ ଓ ଆଇନଜୀବୀ ଜୟ ଅନନ୍ତ ଦେହାଦ୍ରିଙ୍କୁ ସମନ୍ ପଠାଯାଇଥିଲା। ଏହାପରେ ଅକ୍ଟୋବର ୩୧ତାରିଖରେ ମହୁଆ ମୋଇତ୍ରଙ୍କୁ ସମନ କରିବାକୁ ନିଷ୍ପତ୍ତି ହୋଇଛି। ସେ ନିଜର ପକ୍ଷ ରଖିବେ। ଆଇଟି ମନ୍ତ୍ରଣାଳୟ ଓ ଗୃହ ମନ୍ତ୍ରଣାଳୟକୁ ସବିଶେଷ ତଥ୍ୟ ଦେବା ପାଇଁ ଚିଠି ପଠାଯିବ ବୋଲି କମିଟି ନିଷ୍ପତ୍ତି ନେଇଛି ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ନିଶିକାନ୍ତ ଦୁବେ ଏଥିକ୍ସ କମିଟିରେ ହାଜର ହୋଇ ଜବାବ ରଖିଛନ୍ତି। ଭବିଷ୍ୟତରେ ପୂର୍ଣ୍ଣ ସହଯୋଗ କରିବାକୁ ଦେଇଛନ୍ତି ପ୍ରତିଶ୍ରୁତି। ଡିଗ୍ରୀ ସମ୍ପର୍କରେ ତାଙ୍କୁ ପଚରାଯାଇଥିବା ପ୍ରଶ୍ନର ସେ ଉତ୍ତର ଦେଇଥିଲେ।

Leave a Reply

Your email address will not be published. Required fields are marked *

Back to top button