ସୁରକ୍ଷା ବାହିନୀ ଗୁଳିରେ ୫ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ : ପାକିସ୍ତାନ ସୀମାରୁ ଅନୁପ୍ରବେଶ କରୁଥିବା ଏସ୍କର-ଏ-ତଇବା ୫ ଆତଙ୍କବାଦୀ ସୁରକ୍ଷା ବାହିନୀ ଯବାନଙ୍କ ଗୁଳିରେ ନିହତ ହୋଇଛନ୍ତି।

ଖବର ଅନୁଯାୟୀ ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ କୁହାଯାଇଛି ଏକ ନିର୍ଦ୍ଦିଷ୍ଟ ଇନପୁଟ୍ ଆଧାରରେ ଆଜି ସକାଳେ କୁପୱାରା ଜିଲ୍ଲାର ମାସିଲ୍ ସେକ୍ଟରରେ ସେନା ସହ ଜମ୍ମୁ-କଶ୍ମୀର ପୋଲିସ ଓ ଗୁଇନ୍ଦା ଏଜେନ୍ସି ମିଳିତ ଅପରେସନ ଆରମ୍ଭ କରିଥିଲା। ଏହି ସମୟରେ ୫ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି। ଆହୁରି ଅଧିକ ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କାରେ ସର୍ଚ୍ଚ ଅପରେସନ ଜାରି ରହିଛି। କୌଣସି ଯବାନ ଆହତ ହୋଇନାହାନ୍ତି।

Leave a Reply

Your email address will not be published. Required fields are marked *

Back to top button