Wed. Nov 20th, 2019

ରାଜଧାନୀରେ ଗୁଳିମାଡ଼: ପୁଅ ମୃତ, ବାପ ମେଡିକାଲ୍‌ରେ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଆଜି ସନ୍ଧ୍ୟାବେଳେ ଗୁଳି ଫୁଟିଛି ଗୁଳି। ପୁଅର ମୃତ୍ୟୁ ହୋଇଥିବା ବେଳେ ବାପା ଏବେ ଏମ୍ସରେ ମୃତ୍ୟୁ ସହ ସଂଘର୍ଷ କରୁଛି।

ଅଭିଯୋଗରୁ ପ୍ରକାଶ ସରକନ୍ତରା ଗାଁର ଅନିଲ୍‌ ଜେନାଙ୍କ ବଡ଼ ଭାଇଙ୍କୁ ବାପି ଡ୍ରଗ୍ସ ଦେଇଥିଲେ। ଯେଉଁଥିପାଇଁ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ଏହାକୁ ନେଇ ଅନିଲ୍‌ ଓ ବାପିଙ୍କ ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିଲା। ଆଜି ବାପି, ତା’ ସାଙ୍ଗ ହାପି ଓ ଆଲୋକ ସହ ସରକନ୍ତରା ଗାଁକୁ ଆସିଥିଲେ। ଏହି ସମୟରେ ଅନିଲ୍‌ ଓ ବାପିଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପାଟିତୁଣ୍ଡ ଉଗ୍ରରୂପ ଧାରଣ କରୁଥିବା ଦେଖି ଅନିଲଙ୍କ ପାଖକୁ ବାପା ଅଭିମନ୍ୟୁ ଆସିଥିଲେ। ଉଭୟଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିବା ବେଳେ ରାଗରେ ବାପି ଅନିଲଙ୍କ ଉପରକୁ ଗୁଳି କରିଥିଲେ। ମାତ୍ର ଗୁଳି ଅଭିମନ୍ୟୁଙ୍କ ଦେହରେ ବାଜିଥିଲା। ଏହାପରେ ବାପି ଅନିଲକୁ ଗୁଳି କରିଥିଲା। ଏହି ଘଟନା ପରେ ବାପି ଓ ତା’ ସାଙ୍ଗମାନେ ବାଇକ୍‌ରେ ଚମ୍ପଟ ମାରିବାକୁ ଚେଷ୍ଟା କରିଥିଲେ। ମାତ୍ର ସାହି ପଡ଼ିଶାମାନେ ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କରିବାରୁ ସେମାନେ ବାଇକ୍‌ ଛାଡ଼ି ପଳାଇ ଯାଇଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଅନିଲ୍‌ ଓ ବାପା ଅଭିମନ୍ୟୁଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଅନିଲଙ୍କ ମୃତ୍ୟୁ ଘଟିଥିଲା ବେଳେ ଅଭିମନ୍ୟୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *