ଭାରତ ‘୬ଜି’ ନେତୃତ୍ଵ ନେବାକୁ ଲକ୍ଷ୍ୟ ରଖିଛି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଭାରତ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ‘୫ଜି’ ପରେ ‘୬ଜି’ ନେତୃତ୍ଵ ନେବା ଦିଗରେ ଅଗ୍ରସର ହେଉଛି। ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଖବର ଅନୁଯାୟୀ ନୂଆଦିଲ୍ଲୀରେ ଚାଲିଥିବା ‘ଇଣ୍ଡିଆ ମୋବାଇଲ୍‌ କଂଗ୍ରେସ’ର ୭ମ ସଂସ୍କରଣକୁ ଆଜି ଉଦ୍‌ଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ଉଦ୍‌ବୋଧନ ଦେଇ ସେ କହିଲେ ଦେଶରେ ଆମେ କେବଳ ‘୫ଜି’ ସମ୍ପ୍ରସାରଣ ପାଇଁ ଉଦ୍ୟମ କରୁନାହୁଁ। ‘୬ଜି’ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବି ନେତୃତ୍ଵ ନେବା ଦିଗରେ ଅଗ୍ରସର ହେଉଛୁ।

ସେ କହିଲେ ‘ଉପା’ ସରକାର ଅମଳରେ ‘୨ଜି ସ୍ପେକ୍ଟ୍ରମ୍‌ ଆବଣ୍ଟନ’ ସମୟରେ ଯାହା ହେଲା ସେକଥା ସମସ୍ତେ ଜାଣନ୍ତି। ଆମ ସରକାର ସମୟରେ ‘୪ଜି’ ସମ୍ପ୍ରସାରିତ କରାଯାଇଥିଲା। କିନ୍ତୁ ଆମ ଉପରେ ‌କୌଣସି ଦୋଷାରୋପ ହୋଇନାହିଁ। ମୁଁ ସୁନିଶ୍ଚିତ ‘୬ଜି’ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ବିଶ୍ଵର ନେତୃତ୍ଵ ନେବ।

Leave a Reply

Your email address will not be published. Required fields are marked *

Back to top button