ରାସନ ଦୁର୍ନୀତିରେ ପଶ୍ଚିମବଙ୍ଗ ମନ୍ତ୍ରୀ ଗିରଫ

କୋଲକାତା : ରାସନ ଦୁର୍ନୀତି ମାମଲାରେ ଟିଏମ୍‌ସି ନେତା ତଥା ପଶ୍ଚିମବଙ୍ଗର ଜଙ୍ଗଲ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲ୍ଲିକ ଗିରଫ। ଗତକାଲି ଇଡି ତାଙ୍କ ଫ୍ଲାଟରେ ଚଢଉ କରିବା ପରେ ଆଜି ବାନ୍ଧିଥିବା ସୂଚନା ଦେଇଛି।

ଖବର ଅନୁଯାୟୀ ଗତକାଲି ଇଡି ଚଢ଼ାଉ କରିବା ସହିତ ୮ ଜଣ ଅଧିକାରୀ ତାଙ୍କୁ ପଚରାଉଚରା କରିଥିଲେ। ଏହାକୁ ଷଡଯନ୍ତ୍ରର ଶିକାର ହୋଇଥିବା କହିଥିଲେ ଜ୍ୟୋତିପ୍ରିୟ। ସେହିପରି ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ କହିଥିଲେ ଜ୍ୟୋତିପ୍ରିୟ ଅସୁସ୍ଥ। ଚଢ଼ଉ ବେଳେ କିଛି ଘଟିଲେ ବିଜେପି ଓ ଇଡି ନାଁରେ ମାମଲା କରାଯିବ। ସେ କହିଲେ ତାଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ନ ଥିବା ସତ୍ତ୍ୱେ ଚଢ଼ଉ କରାଯାଇଛି। ଯଦି ଏପରି ସବୁ ନେତାଙ୍କ ଘରେ ଚଢ଼ଉ କରାଯାଏ ତେବେ ସରକାରରେ ଆଉ କିଏ ରହିବେ ବୋଲି ସେ ପ୍ରଶ୍ନ କରିଥିଲେ।

ସୂଚନାଯୋଗ୍ୟ ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ପଶ୍ଚିମବଙ୍ଗ ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀ ପୂର୍ବରୁ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ଏହାଛଡା ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅନୁବ୍ରାତା ମଣ୍ଡଳ ଗୋଚାଲାଣ ଦୁର୍ନୀତିରେ ବନ୍ଧା ହୋଇଛନ୍ତି। ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ମଧ୍ୟ ଇଡି ପକ୍ଷରୁ ବାରମ୍ବାର ସମନ କରାଯାଇ ପଚରାଉଚରା କରାଯାଉଛି।

Leave a Reply

Your email address will not be published. Required fields are marked *

Back to top button