ଯୁବକଙ୍କୁ ଛୁରୀ ଭୁସି ପଥରରେ ଛେଚିଲେ

ବ୍ରହ୍ମପୁର : ଶେରଗଡ଼ ବ୍ଳକ ଲାଞ୍ଜିଆପଲ୍ଲୀରେ ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଛୁରୀରେ ଆକ୍ରମଣ ପରେ ପଥରରେ ଛେଚିଥିବା ଅଭିଯୋଗ ହୋଇଛି।

ଖବର ଅନୁଯାୟୀ ମୃତ ଯୁବକ ଲାଞ୍ଜିଆପଲ୍ଲୀ ଗାଁର ମଙ୍ଗୁଳୁ ଭୂୟାଁ। ମଙ୍ଗୁଳୁ ଆଜି ସକାଳେ ଘରୁ ବାହାରକୁ ଯାଇଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଛୁରୀରେ ଆକ୍ରମଣ କରିବା ସହିତ ପଥରରେ ଛେଚି ହତ୍ୟା କରିଥିଲେ। ଶେରଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରୁଛି।

Leave a Reply

Your email address will not be published. Required fields are marked *

Back to top button