କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ

ଭୁବନେଶ୍ଵର : ଆସନ୍ତାକାଲି କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ। ତେଣୁ ସନ୍ଧ୍ୟା ପୂର୍ବରୁ କୁମାର ପୂର୍ଣ୍ଣିମା ପୂଜା ସାରିବାକୁ ଜ୍ୟୋତିଷ ବିଶାରଦ ମତ ଦେଇଛନ୍ତି।

ସୂଚନା ଅନୁଯାୟୀ ଆସନ୍ତାକାଲି ମଧ୍ୟରାତ୍ରରେ ଆଂଶିକ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ। ଗ୍ରହଣ ରାତି ୧ଟା ୫ ମିନିଟରୁ ଆରମ୍ଭ ହେବ ଓ ରାତି ୨ଟା ୨୪ରେ ଶେଷ ହେବ। ଚନ୍ଦ୍ର ଗ୍ରହଣର ଅବଧି ୧ ଘଣ୍ଟା ୧୯ ମିନିଟ ରହିବ। ଚନ୍ଦ୍ରଗ୍ରହଣ ଭାରତ ସମେତ ପଶ୍ଚିମ ପ୍ରଶାନ୍ତ ମହାସାଗର, ଅଷ୍ଟ୍ରେଲିଆ, ଏସିଆ, ୟୁରୋପ, ଆଫ୍ରିକା, ପୂର୍ବ ଦକ୍ଷିଣ ଆମେରିକା ଓ ଉତ୍ତର ପୂର୍ବ ଆମେରିକାରେ ଦୃଶ୍ୟମାନ ହେବ। ରାତିରେ ଗ୍ରହଣ ଲାଗୁଥିବାରୁ ଭାରତର ସମସ୍ତ ସ୍ଥାନରେ ଦେଖାଯିବ। ପରବର୍ତ୍ତୀ ଚନ୍ଦ୍ର ଗ୍ରହଣ ୨୦୨୫ ସେପଟେମ୍ବର ୭ରେ ଦୃଶ୍ୟମାନ ହେବ।

Leave a Reply

Your email address will not be published. Required fields are marked *

Back to top button