ଇସ୍ରାଏଲକୁ ଇରାନର ଧମକ : ଗାଜାରେ ପାଦ ରଖିଲେ ସେନାକୁ ପୋତିଦେବୁ

ନୂଆଦିଲ୍ଲୀ : ଆତଙ୍କବାଦୀ ସଂଗଠନ ହମାସର ସତ୍ତା ଲୋପ କରିବାକୁ ଇସ୍ରାଏଲ ପଣ କରିଛି। ସେଥିପାଇଁ ଗାଜା ପଟିର ହମାସର ଆଡ୍ଡା ଉପରେ ଲଗାତାର କରୁଛି ରକେଟ ମାଡ। ଗାଜା ପଟିକୁ ଇସ୍ରାଏଲ ସେନା ଘେରବନ୍ଦୀ କରି ରଖିଛି। ହେଲେ ହମାସ ଓ ଲେବାନନରୁ ହିଜବୁଲ୍ଲା ପକ୍ଷରୁ ଇସ୍ରାଏଲ ଉପରେ ରକେଟ ମାଡ କରାଯାଉଛି। ଏହିଭଳି ସମୟରେ ଇସ୍ରାଏଲକୁ ଧମକ ଦେଇ ଇରାନ କହିଛି ଗାଜାରେ ଇସ୍ରାଏଲ ସେନା ପାଦଦେଲେ ସେମାନଙ୍କୁ ସେଠାରେ ପୋତିଦେବୁ।

ସୂଚନାଯୋଗ୍ୟ ଇସ୍ରାଏଲ ସେନା ଗାଜା ପଟ୍ଟିକୁ ଚତୁଃପାଶ୍ୱର୍ରୁ ଘେରି ରଖିଥିଲେ ହେଁ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିନି। କେବଳ ହମାସର ଆଡ୍ଡାକୁ ସର୍ଜିକାଲ ଷ୍ଟ୍ରାଇକ ଜରିଆରେ ଧ୍ୱଂସ କରୁଛି। ଗତ ୨୪ ଘଣ୍ଟାରେ ଇସ୍ରାଏଲ ହମାସର ୫ ଜଣ କମାଣ୍ଡରଙ୍କୁ ନିପାତ କରିଛି।

Leave a Reply

Your email address will not be published. Required fields are marked *

Back to top button