Wed. Nov 20th, 2019

ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲା ଶ୍ରମ ଅଧିକାରୀ

ଭୁବନେଶ୍ଵର : ଶ୍ରମିକଙ୍କ ମୃତ୍ୟୁକାଳୀନ ସହାୟତା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ କନ୍ଧମାଳ ଜିଲ୍ଲା ଶ୍ରମ ଅଧିକାରୀ ରଂଜନ କିଶୋର ବେହେରା ଭିଜିଲାନସ ହାତରେ ପଡ଼ିଛନ୍ତି।

ଶ୍ରମ କାର୍ଡଧାରୀ କୌଣସି ଶ୍ରମିକଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ୧ ଲକ୍ଷ ଟଙ୍କା ସହାୟତା ମିଳିବାର ନିୟମ ରହିଛି। ସେଥିପାଇଁ ଟିକାବାଲି ଅଞ୍ଚଳର ଯୋଗ୍ୟ ଆବେଦନକାରୀ ନିରୋଜ ପ୍ରଧାନ, ଇନ୍ଦିରା କହଁର, ଗଜପତି ପ୍ରଧାନ ଓ କଣ୍ଟିମାଳ ପ୍ରଧାନ ମୃତ୍ୟୁକାଳୀନ ସହାୟତା ଟଙ୍କା ପାଇବାକୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଅବେଦନ କରିଥିଲେ। ସହାୟତା ପାଇବା ଜିଲ୍ଲାପାଳଙ୍କ ଅନୁମୋଦନ ଆବଶ୍ୟକ ଥିବାରୁ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ବେହେରା ବିଭିନ୍ନ ଆଳ ଦେଖାଇ ଜିଲ୍ଲାପାଳଙ୍କ ପାଖକୁ ଫାଇଲ ପଠାଉ ନଥିଲେ। ୧୫ ହଜାର ଟଙ୍କା ଦାବି କରିଥିଲେ। ଯୋଜନା ଅନୁଯାୟୀ ଗତକାଲି ଟଙ୍କା ନେବାବେଳେ ଭିଜିଲାନ୍ସ ତାଙ୍କୁ ଧରିଛି।

Leave a Reply

Your email address will not be published. Required fields are marked *