ଗାଜା ତଳେ ରହିଛି ହମାସର ଭୂ-ତଳ ଟନେଲ୍ ନେଟୱାର୍କ

ଜେରୁଜେଲମ : ଗାଜାରେ ହମାସର ରହିଛି ଶହ ଶହ କିଲୋମିଟର ଲମ୍ବ ଓ ୮୦ ମିଟର ଗଭୀର ଭୂ-ତଳ ଟନେଲ ନେଟୱାର୍କ। ଯାହା ଏବେ ଇସ୍ରାଏଲର ସେନାକୁ ସ୍ଥଳ ଆକ୍ରମଣ ଆରମ୍ଭ କରିବାରେ ସମସ୍ୟା ସୃଷ୍ଟି କରିଛି।

ଅନ୍ୟପକ୍ଷରେ ପଶ୍ଚିମ ଓ ମଧ୍ୟପ୍ରାଚ୍ୟ ସୂତ୍ର ଅନୁଯାୟୀ ପାଲେଷ୍ଟାଇନ ଇସଲାମିକ ସଂଗଠନର ୩୬୦ ବର୍ଗ କିଲୋମିଟର ଉପକୂଳ ଓ ଏହାର ସୀମା ତଳେ ବିଭିନ୍ନ ପ୍ରକାରର ସୁଡ଼ଙ୍ଗ ରହିଛି। ଯେଉଁଥିରେ ଆକ୍ରମଣ, ଚୋରା ଚାଲାଣ, ସଂରକ୍ଷଣ ଓ ଅପରେସନ୍‌ ପାଇଁ ଅସ୍ତ୍ରଶସ୍ତ୍ର ମହଜୁଦ। ସେଥିପାଇଁ ହମାସ ଆତଙ୍କୀ ସହ ଲଢ଼ିବା ଇସ୍ରାଏଲର ସ୍ୱତନ୍ତ୍ର ବାହିନୀକୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ବିଶ୍ୱାସ କରୁଛି। ତେବେ ଭୂମି ତଳେ ଥିବା ବନ୍ଦୀମାନଙ୍କୁ ହତ୍ୟା ନ କରିବାକୁ ଚେଷ୍ଟା କରିବ ବୋଲି ଆମେରିକାର ଜଣେ ଅଧିକାରୀ କହିଛନ୍ତି। ଗାଜାରେ ଆକାଶମାର୍ଗରୁ ଇସ୍ରାଏଲର ପ୍ରବଳ ବୋମାମାଡ଼ ଯୋଗୁଁ ସୁଡ଼ଙ୍ଗ ଭିତ୍ତିଭୂମିରେ ସାମାନ୍ୟ କ୍ଷୟକ୍ଷତି ହୋଇଛି। ତଥାପି ହମାସର ବାହ୍ୟ ଦୁନିଆ ପାଇଁ କାର୍ଯ୍ୟକ୍ଷମ ସୁଡ଼ଙ୍ଗ ଅଛି ବୋଲି ବିଶ୍ୱାସ କରାଯାଉଛି। ଏହାଛଡା ହମାସର ନେତା ୟେହୟା ଅଲ-ସିନ୍‌ୱାର କହିଛନ୍ତି ସେମାନେ କହୁଛନ୍ତି ଗାଜାରେ ୧୦୦ କିଲୋମିଟର ସୁଡ଼ଙ୍ଗ ନଷ୍ଟ କରିଛନ୍ତି। କିନ୍ତୁ ଗାଜା ଷ୍ଟ୍ରିପ୍‌ରେ ଥିବା ସୁଡ଼ଙ୍ଗ ଗୁଡ଼ିକ ୫୦୦ କିଲୋମିଟରରୁ ଅଧିକ ବୋଲି ମୁଁ କହୁଛି।

Leave a Reply

Your email address will not be published. Required fields are marked *

Back to top button