Wed. Nov 20th, 2019

ଅଯୋଧ୍ୟା ମାମଲାର ରାୟ ପୂର୍ବରୁ ୧,୬୫୯ ସୋସିଆଲ ମିଡିଆ ଆକାଉଣ୍ଟ ଉପରେ ନଜର

ନୂଆଦିଲ୍ଲୀ : ଅଯୋଧ୍ୟାର ବିବାଦୀୟ ରାମ ଜନ୍ମଭୂମୀ ଓ ବାବ୍ରୀ ମସଜିଦ ମାମଲାର ସୁପ୍ରିମକୋର୍ଟ ଚୂଡାନ୍ତ ନିଷ୍ପତ୍ତି ଶୁଣାଇବାକୁ ଯାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରୁଥିବା ବେଳେ ସୋସିଆଲ ମିଡିଆର ପ୍ରାୟ ୧,୬୫୯ ଆକାଉଣ୍ଟ ଉପରେ ନଜର ରଖାଯାଇଛି। ଆବଶ୍ୟକ ପଡିଲେ ଇଣ୍ଟରନେଟ ସେବା ବନ୍ଦ ହେବ। ଜିଲ୍ଲା ଅଧିକାରୀମାନେ ଧର୍ମଗୁରୁମାନଙ୍କ ସହ ବୈଠକ କରୁଛନ୍ତି। ସେନା ଓ ବାୟୁସେନାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଡିଜିପି ଓପି ସିଂହ କହିଛନ୍ତି।  

Leave a Reply

Your email address will not be published. Required fields are marked *