Wed. Nov 20th, 2019

୯୨ତମ ଜନ୍ମଦିନରେ ଲାଲକୃଷ୍ଣ ଆଡ଼ଭାନୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନୀଙ୍କର ଆଜି ୯୨ତମ ଜନ୍ମଦିନ। ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ସମେତ ବରିଷ୍ଠ ନେତୃବୃନ୍ଦଙ୍କ ସହ ପ୍ରଧାନମନ୍ତ୍ରୀ ଆଡ଼ଭାନୀଙ୍କ ଘରକୁ ଯାଇ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଆମ ନାଗରିକମାନଙ୍କୁ ସଶକ୍ତ କରାଇବାରେ ପଣ୍ଡିତ, ରାଜନୀତିଜ୍ଞ ଓ ଅନ୍ୟତମ ବରିଷ୍ଠ ସମ୍ମାନଷ୍ପଦ ନେତା ଲାଲ୍‌ କୃଷ୍ଣ ଆଡ଼ଭାନୀଙ୍କ ଅସାଧାରଣ ଅବଦାନ ନିମନ୍ତେ ତାଙ୍କୁ ଭାରତ ସଶ୍ରଦ୍ଧ ସ୍ମରଣ ରଖିବ। ଜନ୍ମଦିନରେ ସମାନଷ୍ପଦ ଆଡ଼ଭାନୀଙ୍କୁ ମୋର ଅଭିନନ୍ଦନ ଜଣାଉଛି ଏବଂ ତାଙ୍କର ଦୀର୍ଘ ନିରାମୟ ଜୀବନ ଲାଗି ପ୍ରାର୍ଥନା କରୁଛି।

Leave a Reply

Your email address will not be published. Required fields are marked *