Wed. Nov 20th, 2019

‘ବୁଲ୍‌ବୁଲ୍‌’ ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିବ

ଭୁବନେଶ୍ୱର : ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ବୁଲ୍‌ବୁଲ୍‌’ ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିବ। ଭାରତୀୟ ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ‘ବୁଲ୍‌ବୁଲ୍‌’ ଆଜି ପୂର୍ବାହ୍ନରେ ପାରାଦୀପଠାରୁ ୩୫୦କି.ମି. ଦୂରରେ ଥିଲା। ଘଣ୍ଟାକୁ ୧୨ କିମି ବେଗରେ ଉତ୍ତର ଦିଗକୁ ଗତି କରୁଛି। ଏହା ପ୍ରଭାବରେ ଉପକୂଳ ଓଡ଼ିଶାରେ ୩୫ରୁ ୪୫ କିମି ବେଗରେ ପବନ ବହୁଛି। ଆସନ୍ତା କାଲି ସକାଳେ ପବନର ବେଗ ୫୫ରୁ ୭୫ କିମି ପର୍ଯ୍ୟନ୍ତ ବଢ଼ିବ। ଦ୍ୱିପ୍ରହରରୁ ସନ୍ଧ୍ୟା ଯାଏ ପବନର ବେଗ ୭୦ରୁ ୯୦ କିମି ଛୁଇଁବ। କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ପବନ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ତେବେ ପାଣିପାଗ ବିଭାଗ କରିଥିବା ଆକଳନ ଅନୁସାରେ ‘ବୁଲ୍‌ବୁଲ୍‌’ ପଶ୍ଚିମବଙ୍ଗ-ବାଂଲାଦେଶ ମଝିରେ ଅତିକ୍ରମ କରିବ।

Leave a Reply

Your email address will not be published. Required fields are marked *