ନଭେମ୍ବର ୨ରେ ଏଥିକ୍ସ କମିଟିରେ ହାଜର ହେବାକୁ ମହୁଆଙ୍କୁ ନୋଟିସ

ନୂଆଦିଲ୍ଲୀ : ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ଫସିଥିବା ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରାଙ୍କ ଆବେଦନ ଖାରଜ। ନଭେମ୍ବର ୨ ତାରିଖରେ ହାଜର ହେବାକୁ ଏଥିକ୍ସ କମିଟି ନୋଟିସ କରିଥିବା ଜଣାପଡିଛି।

ଖବର ଅନୁଯାୟୀ ମହୁଆଙ୍କ ଉପରେ ଲାଗିଥିବା ଅଭିଯୋଗର ଯାଂଚ କରୁଥିବା ଲୋକସଭାର ଏଥିକ୍ସ କମିଟି ତାଙ୍କୁ ଦ୍ୱିତୀୟ ନୋଟିସ ପଠାଇଛି। ପ୍ରଥମ ନୋଟିସରେ ମହୁଆଙ୍କୁ ଅକ୍ଟୋବର ୩୧ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ତାରିଖରେ ହାଜର ହୋଇପାରିବେ ନାହିଁ ବୋଲି ମହୁଆ କିଛି କାରଶ ଦର୍ଶାଇ ଉତ୍ତର ରଖିଥିଲେ। ଏବେ ଏଥିକ୍ସ କମିଟି ମହୁଆଙ୍କୁ ନଭେମ୍ବର ୨ ତାରିଖରେ ହାଜର ହେବାକୁ ନୋଟିସ ପଠାଇଛି। କୌଣସି ପରିସ୍ଥିତିରେ ସମୟସୀମାକୁ ବୃଦ୍ଧି ଆଉ କରାଯିବ ନାହିଁ ନାହିଁ ବୋଲି ସୂଚାଇ ଦେଇଛି।

ସୂଚନାଯୋଗ୍ୟ ମହୁଆ ମୋଇତ୍ରାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ବିଜେପି ସାଂସଦ ନିଶିକାନ୍ତ ଦୁବେ ଓ ଓକିଲ ଜୟ ଅନନ୍ତ ଦେହାଦ୍ରାହିଙ୍କ ସାକ୍ଷୀ ପରେ ଏଥିକ୍ସ କମିଟି ନିଜ ପକ୍ଷ ରଖିବାକୁ ମହୁଆ ମୋଇତ୍ରାଙ୍କୁ ଅକ୍ଟୋବର ୩୧ ତାରିଖକୁ ଡାକିଥିଲା। ମାତ୍ର ମହ୍ରୁଆ ମୋଇତ୍ରା ଏଥିକ୍ସ କମିଟି ଅଧ୍ୟକ୍ଷ ବିନୋଦ ସୋନକରଙ୍କୁ ଚିଠି ଲେଖି ଜଣାଇଥିଲେ ତାଙ୍କ ସଂସଦୀୟ କ୍ଷେତ୍ରର କାର୍ଯ୍ୟପାଇଁ ନଭେମ୍ବର ୪ ତାରିଖ ପୂର୍ବରୁ ଦିଲ୍ଲୀ ଯାଇପାରିବେ ନାହିଁ।

Leave a Reply

Your email address will not be published. Required fields are marked *

Back to top button