Thu. May 23rd, 2019
214 views

ପାକିସ୍ତାନ ପତାକା ପରିଧାନ କରିି ବିବାଦରେ ଡ୍ରାମା କୁଇନ୍

ସେୟାର କରନ୍ତୁ:-

ମୁମ୍ବାଇ : ଡ୍ରାମା କୁଇନ ନାଁରେ ପ୍ରଖ୍ୟାତ ଥିବା ରାକ୍ଷୀ ସାଓ୍ବନ୍ତ ପୁଣି ଏବେ ବିବାଦ ମଧ୍ୟରେ ଅଛନ୍ତି । ଚଳିତ ଥର ପାକିସ୍ତାନ କାରଣରୁ ସେ ଚର୍ଚ୍ଚାରେ ରହିଛନ୍ତି। ସୂଚନାଯୋଗ୍ୟ, ପାକିସ୍ତାନ ପତାକାରେ ରାକ୍ଷୀ ସାଓ୍ବନ୍ତଙ୍କ ଏକ ଫଟୋ ସାମ୍‌ନାକୁ ଆସିଛି। ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଏହି ଫଟୋକୁ ନେଇ ତାଙ୍କୁ ଟ୍ରଲ କରାଯାଇଛି। ପାକିସ୍ତାନର ଜାତୀୟ ପତାକାକୁ ସେ ପରିଧାନ କରିିଥିବାରୁ ସେଠାକାର ବହୁ ଲୋକ ତାଙ୍କ ଉପରେ ଉତ୍ତ୍ୟକ୍ତ ହୋଇପଡ଼ିଛନ୍ତି। ପାକିସ୍ତାନର ଜଣେ ବାସିନ୍ଦା ସବରୀନା ଖମିସା ତାଙ୍କ ଫଟୋରେ ଲେଖିଛନ୍ତି, ‘ଆମ ସଂସ୍କୃତିକୁ ନେଇ ତମେ କୌଣସି ଟିପ୍ପଣୀ ଦେଇପାରିବ ନାହିଁ। ପାକିସ୍ତାନ ଇସଲାମ୍‌କୁ ଅନୁସରଣ କରିଥାଏ।’ ଏହା ବହୁ ପବିତ୍ର ଓ ଶାନ୍ତିର  ଧର୍ମ  ବୋଲି ସେ କହିଛନ୍ତି। ପାକିସ୍ତାନକୁ ନେଇ ସେ ଗର୍ବ କରିବା ସହ ତାଙ୍କ ସଂସ୍କୃତିକୁ ଭଲ ପାଉଥିବା ନେଇ କହିଛନ୍ତି ସବରୀନା।  ଅପରପକ୍ଷରେ ଡ୍ରାମା କୁଇନ ରାକ୍ଷୀ ମଧ୍ୟ ତାଙ୍କୁ ପାଲଟା ଆକ୍ରମଣ କରିଛନ୍ତି। ସେ କହିଛନ୍ତି, ଏହା ମୋର ଫିଲ୍ମ, ଯଦି ତୁମକୁ ପସନ୍ଦ ନାହିଁ ତେବେ ମୋ ଇଂଷ୍ଟାଗ୍ରାମରୁ ପଳାଇଯାଇପାର। ଏହାପରେ  ସେ ଆଉ ଭିଡିଓ ଜାରି କରିଛନ୍ତି। ଯେଉଁଥିରେ ସେ ପାକିସ୍ତାନକୁ ସମର୍ଥନ କରିବା ସହ ସେଠାକାର ଲୋକ ମଧ୍ୟ ହୃଦୟରୁ ଭଲ। କିନ୍ତୁ କିଛି ଲୋକ ଧର୍ମ ଓ ଜିହାଦ୍‌ ନାଁରେ ସମସ୍ତଙ୍କ ନାଁ ଖରାପ କରୁଛନ୍ତି ବୋଲି ସେ କହିଛନ୍ତି। ଅପରପକ୍ଷରେ ହଠାତ୍‌ ପାକିସ୍ତାନ ପ୍ରତି ରାକ୍ଷୀଙ୍କ ପ୍ରେମ ଦେଖି ଭାରତୀୟ ପ୍ରଶଂସକ ଚକିତ ହେବା ସହ ତାଙ୍କୁ ସମାଲୋଚନା କରିଛନ୍ତି। ସୂଚନାଯୋଗ୍ୟ, ରାକ୍ଷୀଙ୍କ ଅପ୍‌ କମିଂ ଫିଲ୍ମ ‘ଧାରା ୩୭୦’ର ଏହି ଫଟୋ। ଏହି ଫିଲ୍ମଟି କାଶ୍ମୀର ପଣ୍ଡିତ ଉପରେ ଆଧାରିତ ହୋଇଥିବା ବେଳେ ସେଥିରେ ରାକ୍ଷୀ ପାକିସ୍ତାନୀ ଝିଅ ଚରିତ୍ରରେ ଅଭିନୟ କରୁଛନ୍ତି। 

ସେୟାର କରନ୍ତୁ:-

Leave a Reply

Your email address will not be published. Required fields are marked *