ମହିଳା ଆଇଆଇସିଙ୍କୁ ଥାନା ଭିତରେ ଆକ୍ରମଣ କଲା ଅଭିଯୁକ୍ତ

ବାରିପଦା : ଥାନାରେ ମହିଳା ଆଇଆଇସିଙ୍କୁ ଆକ୍ରମଣ। ଏହି ଘଟଣା ଆଜି ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନାରେ ଏହି ଘଟଣା ଘଟିଥିବା ଜଣାପଡିଛି।

ଖବର ଅନୁଯାୟୀ ବିଶୋଇ ଶିବ ମନ୍ଦିରରେ ଦାନ ହୁଣ୍ଡିରୁ ଗତ ୧୬ ତାରିଖରେ ଚୋରି ହୋଇଥିଲା। ଏହି ଘଟଣାରେ ପଚରାଉଚରା କରିବାକୁ ମନ୍ଦିରର ସେବାୟତ ସୁଶାନ୍ତ ଦେଓକୁ ବିଶୋଇ ଥାନାକୁ ଡକାଯାଇଥିଲା। ଆଇଆଇସି ମିନି ଭୋଇ ପଚରାଉଚରା କରିବା ପରେ ସେ ଚୋରି କରିଥିବା ସ୍ୱୀକାର କରିଥିଲା। ଏହାଛଡା ଚୋରିରେ ସମ୍ପୃକ୍ତ କିଛି ଦୁର୍ବୁତ୍ତଙ୍କ ନାଁ କହିଥିଲା। ଆଉ ଥାନା ପରିସରରେ ଅଟକ ଥିବାବେଳେ ବ୍ଲେଡ଼ ସାହାଯ୍ୟରେ ମହିଳା ଆଇଆଇସିଙ୍କ ଗଳା କାଟିବାଊ କରିଥିଲା ଉଦ୍ୟମ। ଏହି ଆକ୍ରମଣରୁ ମହିଳା ଆଇଆଇସି କୌଶଳ କ୍ରମେ ମୁକୁଳି ଯାଇଥିଲେ ହେଁ ତାଙ୍କ ବେକ ଓ ବାମ ହାତ ଆଙ୍ଗୁଳିରେ ଆଘାତ ଲାଗିଛି। ଥାନା କର୍ମଚାରୀମାନେ ତୁରନ୍ତ ତାଙ୍କୁ ବିଶୋଇ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଥିଲେl ଏହି ଘଟଣା ପରେ ସୁଶାନ୍ତ ବିରୁଦ୍ଧରେ ମାମଲା ରୁଜୁ ହୋଇଛି।

Leave a Reply

Your email address will not be published. Required fields are marked *

Back to top button