Wed. Nov 20th, 2019

ଅତିରିକ୍ତ ଚିଠା ବଜେଟକୁ ମଞ୍ଜୁରୀ

ଭୁବନେଶ୍ୱର : ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୮୦୩୬ କୋଟିର ପ୍ରଥମ ଅତିରିକ୍ତ ଚିଠା ବଜେଟକୁ ଆଜି ମ୍ହୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରିପରିଷଦ ବୈଠକ ମଞ୍ଜୁରୀ ଦେଇଛି। ଏହାକୁ ବିଧାନସଭାର ଶୀତକାଳୀନ ଅଧିବେଶନର ପ୍ରଥମ ଦିନ ଅର୍ଥାତ ନଭେମ୍ବର ୧୩ ତାରିଖରେ ଗୃହରେ ଉପସ୍ଥାପନ କରାଯିବ। ବଜେଟରେ ପୁରୀ ଶ୍ରୀମନ୍ଦିର ପାରିପାଶ୍ୱିର୍କରେ ଭିତ୍ତିଭୂମି ନିର୍ମାଣ, ବିଭିନ୍ନ ମେଡିକାଲ କଲେଜ ଓ ହସ୍ପିଟାଲରେ ଭିତ୍ତିଭୂମି ସୁଧାର ନିମନ୍ତେ ଅତିରିକ୍ତ ବ୍ୟୟ, କାଳିଆ ଯୋଜନା ନିମନ୍ତେ ଅତିରିକ୍ତ ପାଣ୍ଠି ସମେତ ବୌଦରେ ନୂଆ ମେଡିକାଲ କଲେଜ ନିର୍ମାଣ ପାଇଁ ଅର୍ଥବରାଦ ସହ କେତେକ ଜଳସେଚନ ପ୍ରକଳ୍ପ ପାଇଁ ମଧ୍ୟ ଅର୍ଥ ଆବଣ୍ଟନ ହୋଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *