ଭାଇର ପ୍ରେମିକାକୁ ହତ୍ୟାକଲା ବଡ ଭାଇ

ନୂଆଦିଲ୍ଲୀ : ଦିଲ୍ଲୀର ଜୈତପୁର ଅଞ୍ଚଳରେ ଦୁଇଜଣ ଅଜ୍ଞାତ ଦୁର୍ବୃତ୍ତ ଘରେ ବସି ଜଣେ ୨୪ ବର୍ଷୀୟ ଯୁବତୀ ପୂଜା ଯାଦବଙ୍କୁ ଗୁଳିକରି ହତ୍ୟା କରିବା ଘଟଣା ଚର୍ଚ୍ଚାରେ ରହିଛି। ଏହି ହତ୍ୟାକାଣ୍ଡ ଯୁବତୀଙ୍କ ପ୍ରେମିକର ବଡଭାଇ ଘଟାଇଥିବା ଜଣାପଡିଛି।

ଖବର ଅନୁଯାୟୀ ଶୁକ୍ରବାର ରାତିରେ ମୁହଁ ଆବୃତ କରିଥିବା ଦୁଇଜଣ ଦୁର୍ବୃତ୍ତ ଜବରଦସ୍ତି ପୂଜା ଯାଦବଙ୍କ ଘରେ ପ୍ରବେଶ କରି ଗୁଳି କରିଥିଲେ। ଗୁଳି ଚୋଟରେ ତାଙ୍କର ମୃତ୍ୟୁ ହୋଇଥିଲା। ଗୁଳି ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଧାଇଁ ଯାଇ ବନ୍ଧୁକଧାରୀଙ୍କୁ ଗୋଡ଼ାଇ ଥିଲେ। ସେମାନେ ଖସି ପଳାଇ ଯାଇଥିଲେ ହେଁ ମଟରସାଇକେଲ୍‌ ଛଡ଼ାଇ ରଖିବାରେ ସଫଳ ହୋଇଥିଲେ।

ପୋଲିସ ଏହି ନମ୍ବର ପ୍ଲେଟ୍‌ ନ ଥିବା ମଟର୍‌ସାଇକେଲ୍‌ଟିକୁ ଜବତ କରି ଦୁର୍ବୃତ୍ତଙ୍କୁ ଧରିବାକୁ ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତ ପରେ ରକି ନାମକ ଅଭିଯୁକ୍ତକୁ ଗିରଫ କରାଯାଇଛି। ରକି ହେଉଛି ପୂଜାଙ୍କ ପ୍ରେମିକ କ୍ରିଷନର ବଡ ଭାଇ। ସେ ବିବାହିତ ହୋଇ ମଧ୍ୟ ପୂଜା ପ୍ରେମରେ ପଡ଼ିଥିଲେ। ଏହାକୁ ରକି ବିରୋଧ କରିବାରୁ ସେ ପୂଜାକୁ ରାସ୍ତାରୁ ହଟାଇ ଦେଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Back to top button