Wed. Nov 20th, 2019

ଶିବସେନାକୁ ସମାପ୍ତ କରିବାକୁ ଚାହୁଁଛି ବିଜେପି: ଉଦ୍ଧବ

ନୂଆଦିଲ୍ଲୀ : ମହାରାଷ୍ଟ୍ରର ବିଜେପି ନେତା ତଥା କାମଚଳା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଆଜି ଇସ୍ତଫା ଦେଥିବା ବେଳେ ଶିବସେନାକୁ ସମାଲୋଚନା କରିଛନ୍ତି। ଏହାର ଜବାବ ଦେଇଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ। ସେ କହିଛନ୍ତି ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ସହିତ ତାଙ୍କର ୫୦:୫୦ ଫର୍ମୁଲା ଉପରେ ସହମତି ହୋଇଥିଲା। ଏବେ ବିଜେପି ମିଛ କହି ପଛଘୁଞ୍ଚା ଦେଉଛି।

ଉଦ୍ଧବ ଠାକରେ କହିଛନ୍ତି ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶିବସେନା ବିଜେପିର ସହାୟତା ଆବଶ୍ୟକ କରେ ନାହିଁ। ବିଜେପି ବିନା ଶିବସେନା ସରକାର କରିପାରିବ। ସେ କହିଛନ୍ତି ବିଜେପି ମିଠା କଥା କହି ଶିବସେନାକୁ ସମାପ୍ତ କରିବାକୁ ଚାହୁଁଛି। କୌଣସି ବୁଝାମଣା ହୋଇନଥିବା ଯାହା ବିଜେପି କହୁଛି ତାହା ମିଛ। ମିଛ କହୁଥିବା ଦଳ ସହ ଆଲୋଚନା କରି ଲାଭ କଣ ବୋଲି ସେ କରିଛନ୍ତି ।
ସୂଚନାଯୋଗ୍ୟ ଆସନ୍ତାକାଲି ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ଶେଷ ହେବ। ଦିନକ ପୂର୍ବରୁ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି ଶିବସେନା ସହ ମୁଖ୍ୟମନ୍ତ୍ରୀ ପଦ ନେଇ କୌଣସି ବୁଝାମଣା ହୋଇନଥିଲା।

Leave a Reply

Your email address will not be published. Required fields are marked *