ଆଇଏଏସ୍ ଭି. ଜୟକୁମାର ଚାକିରି ଛାଡିଲେ

ଭୁବନେଶ୍ଵର : ୨୦୦୯ ବ୍ୟାଚ୍ ଓଡ଼ିଶା କ୍ୟାଡ଼ର ଆଇଏଏସ୍ ଅଫିସର ଭି. ଜୟକୁମାର ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି। କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ତାଙ୍କ ଆବେଦନକୁ ପିଛିଲା ଭାବେ ୨୦୨୦ ଜୁନ୍ ପହିଲାରୁ ମଞ୍ଜୁର କରିଥିବା ଜଣାପଡିଛି।

ଖବର ଅନୁଯାୟୀ ରାଜ୍ୟ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ୨୦୨୩ ଅଗଷ୍ଟ ୧୦ ତାରିଖରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟକୁ ଚିଠି ଲେଖି ଜୟକୁମାରଙ୍କ ଭିଆରଏସ ଉପରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ମନ୍ତ୍ରଣାଳୟ ଗତ ସପ୍ତାହରେ ଏହାକୁ ମଞ୍ଜୁର କରିଛି। ସୂଚନାଯୋଗ୍ୟ ଜୟକୁମାର କୋରାପୁଟ ଜିଲ୍ଲାପାଳ ଥିବା ସମୟରେ ୧୧ଜଣ କର୍ମଚାରୀଙ୍କୁ ନିଲମ୍ବନ କରିଥିଲେ। ଯାହାକୁ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ ଦାନା ବାନ୍ଧିବାରୁ ସଚିବାଳୟକୁ ତାଙ୍କର ବଦଳି ହୋଇଥିଲା। ୨୦୨୦ ମେ’ରେ ସେ ଭିଆରଏସ୍ ପାଇଁ କେନ୍ଦ୍ର ସରକାରଙ୍କୁ ଆବେଦନ କରି ଛୁଟିରେ ଯାଇଥିଲେ।

Leave a Reply

Your email address will not be published. Required fields are marked *

Back to top button