ଜାମିନ ନ ଦେବାରୁ ବିଚାରପତିଙ୍କୁ ଓକିଲଙ୍କ ଆକ୍ରମଣ

ହମିରପୁର : ବିଚାରପତିଙ୍କ ଉପରେ ଜଣେ ଓକିଲଙ୍କ ଆକ୍ରମଣ। ଏପରି ଘଟଣା ଉତ୍ତରପ୍ରଦେଶ ହମିରପୁର ଜିଲ୍ଲା କୋର୍ଟରେ ଘଟିଛି।

ଖବର ଅନୁଯାୟୀ ହମିରପୁର ଜିଲ୍ଲା କୋର୍ଟରେ ଏଡିଜେ ସୁଦେଶ କୁମାର ଶୁଣାଣି କରୁଥିଲେ। ଶୁଣାଣି ପରେ ଜଜ୍ ସୁଦେଶ କୁମାର କାରରେ ଯାଉଥିବାବେଳେ ଗେଟ୍ ନମ୍ବର ୨ରେ ଓକିଲ ରାମଦାସ ତାଙ୍କ ବାଇକକୁ କାର ଆଗରେ ବାଡେଇ ଦେଇଥିଲେ। ଏହାପରେ ଓକିଲ ରାମଦାସ ଜଜ୍ ସୁଦେଶ କୁମାରଙ୍କୁ କାର ଭିତରୁ ଟାଣି ଗଳା ଚିପିବା ଆରମ୍ଭ କରିଥିଲେ। ହଠାତ୍ ବିଚାରପତିଙ୍କୁ ଆକ୍ରମଣ କରାଯାଉଥିବା ଦେଖି ଲୋକମାନେ ତାଙ୍କୁ ଉଦ୍ଧାର କରିଥିଲେ। ଏନେଇ ବିଚାରପତି ଥାନାରେ ଅଭିଯୋଗ କରିବାରୁ ଅଭିଯୁକ୍ତ ଓକିଲ ଗିରଫ ହୋଇ ଜେଲକୁ ଯାଇଛନ୍ତି।

ଏଡିଜେ ସୁଦେଶ କୁମାର ଅଭିଯୋଗ କହିଛନ୍ତି ଏକ ମାମଲାରେ ଜାମିନ ପାଇବା ପାଇଁ ଓକିଲ ରାମଦାସ କୋର୍ଟରେ ଏକ ନକଲି ଆଫିଡେଭିଟ୍ଉ ପସ୍ଥାପନ କରିଥିଲେ। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜଜ୍ ଚେତାବନୀ ଦେବାରୁ ସେ ରାଗିଯାଇ ଏହି କାଣ୍ଡ ଘଟାଇଛନ୍ତି। ଏପରି କାର୍ଯ୍ୟ ପାଇଁ ହମିରପୁର ଆଡଭୋକେଟ୍ ଆସୋସିଏସନ୍ ରାମଦାସଙ୍କ ସଦସ୍ୟତା ବାତିଲ କରିଛି।

Leave a Reply

Your email address will not be published. Required fields are marked *

Back to top button