Wed. Nov 20th, 2019

ସୁନା ଓ ରୂପା ଦର କମିଲା

ନୁଆଦିଲ୍ଲୀ : ଅନ୍ତର୍ଜାତୀୟ ସ୍ତରରେ ସୁନାର ମୂଲ୍ୟ ହ୍ରାସ ପାଇବା ଫଳରେ ଘରୋଇ ବଜାରରେ ଦର ତଳକୁ ଖସିଛି। ଶୁକ୍ରବାର ଦିଲ୍ଲୀ ସର୍ରୋଫା ମାର୍କେଟରେ ୧୦ ଗ୍ରାମ ସୁନାର ମୂଲ୍ୟ ୧୯୬ ଟଙ୍କା ଶସ୍ତା ହୋଇଛି। ରୂପାର କିଲୋ ପିଛା ଦର ୯୫୬ ଟଙ୍କା କମିଛି। ସର୍ରୋଫା ମାର୍କେଟରେ ଆଜି ସୁନା ୧୦ ଗ୍ରାମର ମୂଲ୍ୟ ୩୮,୭୦୬ ଟଙ୍କା ରହିଛି। ପୂର୍ବ ଦାମ ଥିଲା ୩୮,୯୩୦ ଟଙ୍କା। ସେହିପରି ରୂପାର ମୂଲ୍ୟ ୯୫୬ ଟଙ୍କା କମିବା ପରେ ଏବେ ଏକ କିଲୋଗ୍ରାମ ଦାମ ରହିଛି ୪୫,୪୯୮ ଟଙ୍କା। ପୂର୍ବ ଦର ୪୬,୪୫୪ ଟଙ୍କା ଥିଲା।

Leave a Reply

Your email address will not be published. Required fields are marked *