ଛତିଶଗଡ଼ : ଚାଷୀଙ୍କ ସହ ମିଶି ଧାନ କାଟିଲେ ରାହୁଲ୍ ଗାନ୍ଧି

ରାୟପୁର : ଦୁଇ ଦିନିଆ ଛତିଶଗଡ଼ ଗସ୍ତରେ ଯାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ନୂଆ ରାୟପୁରର କଟିଆ ଗାଁରେ ଧାନ କାଟିଛନ୍ତି। ମୁଣ୍ଡରେ ଗାମୁଛା ଓ ହାତରେ ଦା’ ଧରି ସେ ଧାନ କାଟିବା ଦେଖି ଚାଷୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଖବର ଅନୁଯାୟୀ ରାହୁଲ ଗାନ୍ଧି ଧାନ କାଟିବା ସମୟର ଫଟୋକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି କୃଷକ ଖୁସିରେ ରହିଲେ ଭାରତ ଖୁସିରେ ରହିବ। ଛତିଶଗଡରେ କଂଗ୍ରେସ ସରକାରଙ୍କ ଚମତ୍କାର କାର୍ଯ୍ୟ ଏଠାକାର କୃଷକମାନଙ୍କୁ ଭାରତରେ ସବୁଠାରୁ ଅଧିକ ସନ୍ତୁଷ୍ଟ କରିଛି। ଏହି ମଡେଲ ଯାହାକୁ ଆମେ ସମଗ୍ର ଭାରତରେ ଦୋହରାଇବୁ। ଏଥିସହ ଛତିଶଗଡ଼ର କୃଷକମାନଙ୍କ ପାଇଁ କଂଗ୍ରେସ ସରକାର କରିଥିବା ୫ଟି ବଡ଼ କାର୍ଯ୍ୟ ବିଷୟରେ ମଧ୍ୟ ସେ କହିଥିଲେ।
ଏହି ଅବସରରେ ରାହୁଲ ଗାନ୍ଧିଙ୍କ ସହ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ଉପମୁଖ୍ୟମନ୍ତ୍ରୀ ଟିଏସ୍ ସିଂହଦେଓ, ଗୃହମନ୍ତ୍ରୀ ତାମ୍ରଧ୍ୱଜ ସାହୁ, ବାଚସ୍ପତି ଚରଣ ଦାସ ମହନ୍ତ ମଧ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button