ସଠିକ୍ ଦରରେ ଖାଉଟିଙ୍କୁ ପିଆଜ ମିଳିବା ଉପରେ ବିଭାଗ ଗୁରୁତ୍ଵ ଦେଉଛି : ଯୋଗାଣ ମନ୍ତ୍ରୀ

ଭୁବନେଶ୍ଵର : ଖାଉଟିଙ୍କୁ ସଠିକ୍ ଦରରେ କିପରି ପିଆଜ ମିଳିବ ସେ ଦିଗରେ ବିଭାଗ ଗୁରୁତ୍ଵ ଦେଉଛି। ଏହା କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ଏଥିସହ କଳା ବଜାରୀଙ୍କୁ ସାବଧାନ ହେବାକୁ ସେ ଚେତାବନୀ ଦେଇଥିବା ବେଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ଖବର ଅନୁଯାୟୀ କେନ୍ଦ୍ର ସରକାର ୨୯ ଅକ୍ଟୋବରରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ପିଆଜ ରପ୍ତାନି ଉପରେ ପ୍ରତି ମେଟ୍ରିକ ଟନ୍ ଉପରେ ଏଫ୍ଓବି ଆଧାରରେ ସର୍ବନିମ୍ନ ରପ୍ତାନି ମୂଲ୍ୟ ୮୦୦ ଆମେରିକୀୟ ଡଲାର ଅର୍ଥାତ ( କିଲୋଗ୍ରାମ ପିଛା ପ୍ରାୟ ୬୭ ଟଙ୍କା) ରହିବ ବୋଲି ବିଜ୍ଞପ୍ତି ଜାରି କରିଛନ୍ତି। ସଂରକ୍ଷିତ ରବି ଋତୁରେ ପିଆଜର ପରିମାଣ ହ୍ରାସ ପାଉଛି। ତେଣୁ ରପ୍ତାନି ପରିମାଣକୁ ନିୟନ୍ତ୍ରଣ କରି ଘରୋଇ ଉପଭୋକ୍ତାମାନଙ୍କୁ ସୁଲଭ ମୂଲ୍ୟରେ ପର୍ଯ୍ୟାପ୍ତ ଉପଲବ୍ଧତା ବଜାୟ ରଖିବାକୁ ଏହି ପଦକ୍ଷେପ ନିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button