ଗର୍ଭବତୀ ଝିଅକୁ ପିଟି ପିଟି ମାରିଦେଲା ବାପା

ବାରିପଦା : ଗର୍ଭବତୀ ଝିଅକୁ ପିଟି ପିଟି ମାରି ଦେଲା ବାପା। ଏହି ଘଟଣା ୟୂରଭଞ୍ଜ ଜିଲ୍ଲା କପ୍ତିପଦାର ପଥରଖନି ଗାଁରେ ଘଟିଛି। ଅଭିଯୁକ୍ତକୁ ପୋଲିସ୍ ଗିରଫ କରିଛି।

ଖବର ଅନୁଯାୟୀ କପ୍ତିପଦାର ପଥରଖନି ଗାଁର ଜିତୁ ଟୁଡୁଙ୍କ ଜିଆ ସାକର ଟୁଡୁ ବାହା ହୋଇଥିଲେ। ବର୍ଷେ ତଳେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ଘଟିବାରୁ ସେ ବାପ ଘରେ ରହୁଥିଲେ। କିନ୍ତୁ ଜିତୁ ଜାଣିବାକୁ ପାଇଥିଲେ ଝିଅ ସାକର ୩/୪ ମାସର ଗର୍ଭବତୀ ଅଛନ୍ତି। ଏହାକୁ ନେଇ ସେ ପିଟାପିଟି କରିବାରୁ ସାକର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ସାକର ଭାଇ ଦୁର୍ଗା ଟୁଡୁ କହିଛନ୍ତି ଆଜି ସେ ଘରେ ନଥିଲେ। ସ୍ୱାମୀ ନଥାଇ ଭଉଣୀ ଗର୍ଭବତୀ ହୋଇଥିବାରୁ ବାପା ପିଟି ମାରି ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button