Thu. Nov 14th, 2019

ଫିଲ୍ମରେ ସୁଯୋଗ ଦେବାର ଲୋଭ ଦେଖାଇ ଚଳାଉଥିଲେ ସେକ୍ସ ରାକେଟ

ହାଇଦ୍ରାବାଦ : ଫିଲ୍ମରେ ଅଭିନୟ କରିବାର ସୁଯୋଗ ଦେବାକୁ କହି ଯୁବତୀ ଓ ମହିଳାଙ୍କୁ ଦେହ ବ୍ୟବସାୟରେ ନିଯୋଜିତ କରାଯାଉଥିଲା। ଆନ୍ଧ୍ରପ୍ରଦେଶ ପୋଲିସ ବିଭିନ୍ନ ସ୍ଥାନରେ ଚାଲୁଥିବା ସେକ୍ସ ରାକେଟ ଉପରେ ଚଢ଼ଉ କରି ୧୩ ଜଣଙ୍କୁ ଗିରଫ କରିବା ପରେ ଏଭଳି ଘଟଣା ସାମ୍ନାକୁ ଆସିଛି।

ଖବର ଅନୁଯାୟୀ ନେଲୋର ସିଟିରେ ଦେହ ବ୍ୟବସାୟ ଚାଲିଥିବା ପୋଲିସକୁ ସୂଚନା ମିଳିଥିଲା। ଏହି ଖବର ପାଇବା ପରେ ସହରର ୬ଟି ସ୍ଥାନରେ ପୋଲିସ ରେଡ କରିଥିଲା। ୮ଜଣ ପରିଚାଳକ  ଓ ୫ ଜଣ ଗ୍ରାହକଙ୍କୁ ପୋଲିସ ଗିରଫ କରିଛି। ଏହି ରାକେଟ ଜାକିର ହୁସେନ ନାମକ ଜଣେ ବ୍ୟକ୍ତି ଓ ତା’ର ସହଯୋଗୀମାନେ ଚଲାଇଥିଲେ। ଫିଲ୍ମରେ ଅଭିନୟ ସୁଯୋଗ ଦେବା ବାହାନାରେ ଯୁବତୀ ଓ ମହିଳାଙ୍କୁ ସେମାନେ ଆଣି ଦେହ ବ୍ୟବସାୟରେ ସାମିଲ କରୁଥିଲେ। ସେମାନଙ୍କୁ ଜୋର ଜବରଦସ୍ତ ଏହି ଧନ୍ଦାରେ ଲିପ୍ତ କରାଯାଉଥିଲା। କେତେଜଣ ଯୁବତୀଙ୍କୁ ପୋଲିସ ଉଦ୍ଧାର କରିବ ପରେ ଏହା ଜଣାପଡିଛି।

ଚଢ଼ଉ ସମୟରେ ଗୋଟିଏ କାର, ଗୋଟିଏ ମୋଟରସାଇକେଲ, ଗୋଟିଏ କମ୍ପ୍ୟୁଟର, ୧୪ଟି ମୋବାଇଲ ଓ ନଗଦ ୧୨ ହଜାର ୩୦୦ ଟଙ୍କା ପୋଲିସ ଜବତ କରିଛି। ଭାରତୀୟ ଦଣ୍ଡବିଧି ଆଇନ ଅନୁସାରେ ଅଭିଯୁକ୍ତଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରାଯାଇଛି। କରିଛି। ବାମାତ୍ରେ ଆଡ୍ଡା ଉପରେ ଚଢ଼ଉ କରାଯାଇଥିଲା। ଜୋର ଜବରଦସ୍ତ ଧନ୍ଦାରେ ଲିପ୍ତ ଥିବା ଯୁବତୀଙ୍କୁ ପୋଲିସ ଉଦ୍ଧାର କରିଥିଲା।  ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *