ନଭେମ୍ବର ୯ରେ ସବୁ ଜଗନ୍ନାଥ ମନ୍ଦିର ସାମ୍ନାରେ ସଂକୀର୍ତ୍ତନ କରିବ କଂଗ୍ରେସ

ଭୁବନେଶ୍ଵର : କଂଗ୍ରେସ ଆସନ୍ତା ନଭେମ୍ବର ୯ ତାରିଖରେ ଓଡ଼ିଶାର ସମସ୍ତ ବ୍ଲକ, ସବଡିଭିଜନ ଓ ଏନ୍‌ଏସିରେ ଥିବା ଜଗନ୍ନାଥ ମନ୍ଦିର ଆଗରେ ସଂକୀର୍ତ୍ତନ ସତ୍ୟାଗ୍ରହ କରିବ। ଶ୍ରୀମନ୍ଦିରର ୪ ଦ୍ୱାର ଖୋଲିବା ପ୍ରସଙ୍ଗରେ ଦଳ ଏପରି ନିଷ୍ପତ୍ତି ନେଇଛି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ କହିଛନ୍ତି।

ଖବର ଅନୁଯାୟୀ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ନଭେମ୍ବର ୯ ତାରିଖ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହି ସତ୍ୟା ଗ୍ରହ ଚାଲିବ। ପୂର୍ବରୁ ୧୬ ତାରିଖରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପୁରୀ ମନ୍ଦିର ପ୍ରଶାସକଙ୍କୁ ୪ଦ୍ଵାର ଖୋଲିବା, ରତ୍ନଭଣ୍ଡରର ଗଣତି, ମଣତି ଓ ମରାମତି ସହ ବେଦାନ୍ତ ନେଇଥିବା ଜମିକୁ ଫେରାଇବା ପାଇଁ କଂଗ୍ରେସ ଦାବି ପତ୍ର ଦେଇଥିଲା। ଅକ୍ଟୋବର ୨୮ ତାରିଖ ଭିତରେ ଏଥିପାଇଁ ପଦକ୍ଷେପ ନେବାକୁ କଂଗ୍ରେସ ସମୟ ଦେଇଥିଲା। ହେଲେ ତାହା ନ ହେବାରୁ ଭକ୍ତଙ୍କ ଉଦବେଗକୁ ସରକାର ଉପଲବ୍ଧି କରି ପାରୁନଥିବା କଂଗ୍ରେସ କହିଛି। କାର୍ତ୍ତିକ ପାଇଁ ପୁରୀରେ ଏବେ ହବିଶ୍ୟାଳିଙ୍କ ଭିଡ଼ ଜମିଛି। ଏବେ ତ କରୋନା ନାହିଁ। କାହିଁକି ଅନ୍ୟ ଦ୍ୱାର ଗୁଡିକୁ ବନ୍ଦ କରାଯାଇଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି।

Leave a Reply

Your email address will not be published. Required fields are marked *

Back to top button