ନଭେମ୍ବର ୧ରେ ବରୁଣ ଓ ଲାବନ୍ୟା ବିବାହ

ମୁମ୍ବାଇ : ସାଉଥ ଷ୍ଟାର ବରୁଣ ତେଜଙ୍କ ସହିତ ଅଭିନେତ୍ରୀ ଲାବନ୍ୟା ତ୍ରିପାଠୀଙ୍କର ହେବ ବିବାହ। ଗତ ଜୁନ୍ ୯ ତାରିଖରେ ନିର୍ବନ୍ଧ ସରିଥିଲା। ନଭେମ୍ବର ୧ରେ ଦୁହେଁ ଇଟାଲୀରେ ବିବାହ କରିବେ ବୋଲି ଜଣାପଡ଼ିଛି।

ଖବର ଅନୁଯାୟୀ ସୁପରଷ୍ଟାର ରାମଚରଣଙ୍କ ପରିବାର ଇଟାଲୀରେ ପହଞ୍ଚିବା ପରେ ପତ୍ନୀ ଉପାସନା ଇନଷ୍ଟାରେ କିଛି ଫଟୋ ସେୟାର କରିଛନ୍ତି। ସେ ବିବାହ ବିଷୟରେ ସୂଚନା ନଦେଇ ତାଙ୍କ ପରିବାର ଛୁଟି କଟାଇବାକୁ ଇଟାଲୀ ଯାଇଥିବା ଲେଖିଛନ୍ତି। ସୂଚନାଯୋଗ୍ୟ ବରୁଣ ତେଜ ଓ ଲାବନ୍ୟା ତ୍ରିପାଠୀ ୨୦୧୬ରେ ଫିଲ୍ମ ‘ମିଷ୍ଟର’ର ସୁଟିଂ ସେଟରେ ପରସ୍ପରକୁ ଭେଟିଥିଲେ। ପ୍ରଥମେ ବନ୍ଧୁତା ଓ ପରେ ଏହା ଭଲପାଇବାରେ ପରିଣତ ହୋଇଥିଲା। ସେବେଠାରୁ ଦୁହେଁ ପରସ୍ପରକୁ ଡେଟ କରୁଥିଲେ ମଧ୍ୟ ନିଜ ସମ୍ପର୍କକୁ ଲାଇମଲାଇଟ୍ ଠାରୁ ଦୂରରେ ରଖିଥିଲେ।

Leave a Reply

Your email address will not be published. Required fields are marked *

Back to top button