ମାଛ ଚୋରିକୁ ନେଇ ଦାଦା କାଟିଦେଲା ପୁତୁରାର ବେକ

ବେଲଗୁଣ୍ଠା : ମାଛ ଚୋରିକୁ କେନ୍ଦ୍ରକରି ଦାଦା ପୁତୁରାର ବେକକୁ କାଟିଦେଲା। ଏହି ଘଟଣା ବେଲଗୁଣ୍ଠା ବ୍ଲକ୍ ବେଣିପଲ୍ଲୀ ପଞ୍ଚାୟତର ଛତାବର ଗାଁ’ରେ ଘଟିଛି। ଗୁରୁତର ଅବସ୍ଥାରେ ପୁତୁରାକୁ ସ୍ଥାନୀୟ ସ୍ଵାସ୍ଥ୍ୟକେନ୍ଦ୍ରରେ ପ୍ରଥମିକ ଚିକିତ୍ସା ପରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

ଖବର ଅନୁଯାୟୀ ଗତ ଶୁକ୍ରବାର ସନ୍ଧ୍ୟାରେ ଶିଶିର କେନାଲରେ ବେନ୍ଦା ପକାଇଥିବା ବେଳେ ରାତିରେ ମାଛ ଚୋରି ହୋଇଥିଲା। ଶିଶିର ଏନେଇ ପୁତୁରା ବିନୋଦକୁ ସନ୍ଦେହ କରି ତାଙ୍କ ଘର ପାଖରେ ଗାଳିଗୁଲଜ କରିଥିଲା। କିନ୍ତୁ ବିନୋଦ ମାଛ ନେଇନଥିବା କହିବା ପରେ ମଧ୍ୟ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଶିଶିର ରାଗିଯାଇ ଏକ କଟୁରିରେ ବିନୋଦର ବେକକୁ କାଟିଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଶନିବାର ସେ ଗ୍ରାମକୁ ଆସିଥିବା ଖବର ପାଇ ପୋଲିସ ଶିଶିରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ୍ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button