ରିଲିଫ୍ କେନ୍ଦ୍ରରେ ପଶି ଗାଜାବାସୀ ଲୁଟିଲେ

ନ୍ୟୁୟର୍କ : ହମାସ ଆତଙ୍କବାଦୀଙ୍କୁ ନିପାତ କରିବାକୁ ଗାଜାରେ ଇସ୍ରାଏଲ ଆକ୍ରମଣ ଜାରି ରଖିଛି। ଫଳରେ ସେଠାରେ ସୃଷ୍ଟି ହୋଇଛି ଖାଦ୍ୟ ସଙ୍କଟ। ମିଳିତ ଜାତିସଂଘର ପାଲେଷ୍ଟାଇନ୍ ଶରଣାର୍ଥୀ ଏଜେନ୍ସିର ଗୋଦାମ ଓ ବିତରଣ କେନ୍ଦ୍ରରେ ହଜାର ହଜାର ଗାଜା ବାସିନ୍ଦା ପଶି ଅଟା ଓ ମୌଳିକ ବଞ୍ଚିବା ସାମଗ୍ରୀ ଲୁଟ୍‌ କରିଛନ୍ତି।

ଖବର ଅନୁଯାୟୀ ୟୁଏନ୍ଆରଡବ୍ଲ୍ୟୁଏ କହିଛି ତିନି ସପ୍ତାହର ଯୁଦ୍ଧ ପରେ ନାଗରିକ ଶୃଙ୍ଖଳା ଭାଙ୍ଗିବା ଚିନ୍ତାଜନକ ସଙ୍କେତ। ଗତ ଅକ୍ଟୋବର ୭ ତାରିଖରେ ହମାସ ଆକ୍ରମଣର ଜବାବରେ ଇସ୍ରାଏଲ ଜନବହୁଳ ପାଲେଷ୍ଟାଇନ ଅଞ୍ଚଳରେ ବୋମାମାଡ଼ ଆରମ୍ଭ କରିବାରୁ ଗାଜାକୁ ସହାୟତା ଯୋଗାଣ ବନ୍ଦ ହୋଇଯାଇଛି। ସେହିପରି ଇଜିପ୍ଟରୁ ଟ୍ରକ୍ ଯୋଗେ ଗାଜା ଷ୍ଟ୍ରିପ୍‌କୁ ଆସୁଥିବା ମାନବିକ ସହାୟତା ପର୍ଯ୍ୟାପ୍ତ ନୁହେଁ। ମାନବୀୟ ସହାୟତା ଆଣିବା ପାଇଁ ବ୍ୟବସ୍ଥା ବିଫଳ ହେବାକୁ ଯାଉଛି।

ୟୁଏନ୍ଆରଡବ୍ଲୁଏ କହିଛି ଏୟାର ଷ୍ଟ୍ରାଇକ୍ ଦ୍ୱାରା ଗାଜାରେ ଲୋକଙ୍କୁ ସାହାଯ୍ୟ କରିବାର କ୍ଷମତା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ୫୦ରୁ ଅଧିକ କର୍ମଚାରୀ ପ୍ରାଣ ହରାଇଛନ୍ତି। ପ୍ରଥମ ଆରବ-ଇସ୍ରାଏଲ ଯୁଦ୍ଧ ପରେ ୧୯୪୯ ମସିହାରେ ସ୍ଥାପିତ ହୋଇଥିବା ୟୁଏନ୍‌ଆର୍‌ଡବ୍ଲୁଏ ଗାଜା, ୱେଷ୍ଟ ବ୍ୟାଙ୍କ, ଜର୍ଡାନ, ସିରିଆ ଓ ଲେବାନନରେ ବିଦ୍ୟାଳୟ, ପ୍ରାଥମିକ ସ୍ୱାସ୍ଥ୍ୟସେବା ଓ ମାନବିକ ସହାୟତା ସମେତ ସର୍ବସାଧାରଣ ସେବା ପ୍ରଦାନ କରିଥାଏ।

Leave a Reply

Your email address will not be published. Required fields are marked *

Back to top button