Thu. May 23rd, 2019
75 views

ପ୍ରତିଦିନ ଟିକ୍ ଟକ୍ ଆପ୍ ଦେଉଛି ଲକ୍ଷେ ଟଙ୍କାର ଉପହାର

ସେୟାର କରନ୍ତୁ:-

ନୂଆଦିଲ୍ଲୀ : ଟିକ୍ ଟକ୍ ଆପ୍ ଭାରତରେ କିଛି ସମୟ ପାଇଁ ବ୍ୟାନ୍ ହୋଇଥିଲା । କିନ୍ତୁ ଏହା ଦ୍ବାରା କମ୍ପାନୀକୁ ଏଥିରୁ କୈାଣସି ଖାସ୍ ଫରକ ପଡ଼ିଲା ନାହିଁ । କାରଣ ଏବେ ଟିକ୍ ଟକ୍ ଆପ୍ ଆପଲ ଆପ୍ ଷ୍ଟୋରର ଫ୍ରି କ୍ୟାଟେଗରୀ ଆପରେ ପୁଣି ଥରେ ଉପରେ ଆସି ଯାଇଛି । ଅର୍ଥାତ୍ ଗ୍ରାହକଙ୍କ ପ୍ରତି ମଧ୍ୟ ବ୍ୟାନର କୈାଣସି ପ୍ରଭାବ ପଡ଼ିନାହିଁ ଏବଂ ଏବେ ମଧ୍ୟ ଏହାକୁ ଲୋକେ ଡାଉନଲୋଡ୍ କରୁଛନ୍ତି ଯେପରି ପୂର୍ବରୁ କରୁଥିଲେ।

ବ୍ୟାନ୍ ପରେ କମ୍ପାନୀ ଅଧିକ ଉତ୍ସାହିତ ହୋଇଯାଇଛି ଏବଂ ଗ୍ରାହକଙ୍କୁ ହ୍ୟାଶଟ୍ୟାଗ୍ କରିବା ପରେ ଲକ୍ଷେ ଟଙ୍କାର ଉପହାର ଦେବାର ଦାବି କରୁଛି । ଭାଗ୍ୟଶାଳୀ ବିଜେତାଙ୍କୁ ପ୍ରତି ଦିନ ଲକ୍ଷେ ଟଙ୍କାର ଉପହାର ​‌ଦେବାର ଘୋଷଣା କରାଯାଇଛି । ଟିକ୍ ଟକ୍ ତରଫରୁ କୁହାଯାଇଛି ଯେ ଏହି ଆପକୁ ଭାରତର ୨୦୦ମିଲିୟନ ଗ୍ରାହକଙ୍କଠୁ ଅଧିକ  ଭଲ ରେସପନ୍ସ,ସପୋର୍ଟ ଏବଂ ଭଲ ପାଇବା ମିଳିଛି । ଏହି ଆପ୍ ଲୋକଙ୍କୁ return of tik tok ର ହ୍ୟାଶଟ୍ୟାଗ୍ ବ୍ୟବହାର କରିବାକୁ କହୁଛି ଏବଂ ଏପରି କରିଲେ ଲକ୍ଷେ ଟଙ୍କାର ଉପହାର ମିଳିବ।

ସେୟାର କରନ୍ତୁ:-

Leave a Reply

Your email address will not be published. Required fields are marked *